ପ୍ରଭୂ ତମ ଚରଣରେ
ପ୍ରଭୂ ତମ ଚରଣରେ
ଜୀବନର ଚଲା ବାଟେ ଏକା ମୁଁ ବାଟୋଇ
ଦୁଃଖ ଅଧିକ ପ୍ରଭୂ ସୁଖ ମୋ ଭାଗ୍ୟରେ କି ନାହିଁ ll
ଡରୁ ଥାଇ ମନେ ମନେ କିଛି କହେ ନାହିଁ କାହାକୁ
ହେ ପ୍ରଭୂ କୃପା କର ମୋତେ ନିଅ ତୁମ ପାଖକୁ ll
ଅଜ୍ଞାନୀ ମଣିଷ ମୁଁହି ସଂସାରେ ନାହିଁ ମୋ ଅସ୍ଥିତ୍ଵ
ଆଜ୍ଞା ଧିନ ଅଟେ ପ୍ରଭୁ ତୁମ କରୁଣା ଆଶ୍ରିତ ll
ସ୍ନେହ ପ୍ରେମ ଶ୍ରଦ୍ଧା କର ଜଗତ ପ୍ରାଣୀଙ୍କୁ
ସର୍ବେ ବୋଲନ୍ତି ତୁମ ନାମ ଅକ୍ଷରକୁ ll
ଜଗତର ନାଥ ସେ ଅଟେ କାଳିଆ ସାଆନ୍ତ
ଜାତି ଧର୍ମ ଦେଖେ ନାହିଁ ସେ ଏକା ବୋଲାଏ ଜଗତ ll
କରୁଣା ସାଗର ବାରେ ଆହେ ନିରାକାର
ପଥରକୁ ପାଣି କର ତମ ମାୟାଅଟେ ଯେ ଅପାର ll
ଶୁଣିଥିଲି ପିଲାଦିନେ ମାଙ୍କ ପାଖରେ
ବଡ଼ ତୁମେ ଅଟ ପ୍ରଭୂ ଏ ସାରା ଜଗତରେ ll
ବଡ଼ ଦେଉଳରେ ରହି ଦେଖୁଥାଅ ନାଟ
ଏ ସଂସାର ଜାଣି ନାହିଁ ତୁମେ ବୋଲାଉଛ ବାଟ ll
ସଭିଏଁ କହନ୍ତି ତମେ ଅଛ ଆକାଶ ମାଟିରେ
କେବେ ଦେଖି ନାହିଁ ପ୍ରଭୁ ଏ ମର୍ତ୍ତ୍ୟ ପୁରୀରେ ll
ମାଟି ଦେହ ଶେଷ ହେବ ଏ ବିଶ୍ବ ବ୍ରହ୍ମାଣ୍ଡରେ
ଥରୁଟିଏ ଦରଶନ ଦିଅ ପ୍ରଭୁ ମୁଁ ଶୋଇଯିବି ନିରନ୍ତରେ ll
