STORYMIRROR

Jyotsna Acharya

Abstract Inspirational

3  

Jyotsna Acharya

Abstract Inspirational

ନାରୀ

ନାରୀ

1 min
152

ଗୁଣରେ ସରଳ 

ନମ୍ର ଧୀର ଶାନ୍ତ

ସତକି ଧରଣୀ ରାଣୀ,

ଗୁଣରେ ରୂପରେ ଲକ୍ଷ୍ମୀ, ପାର୍ବତୀ ତୁ

କେବେ ଦେବୀ ଶକ୍ତି

ପ୍ରଭା ତୃଷ୍ଟି ପୁଷ୍ଟି ଧୃତି ଜାଗୃତି.....

ତୁ ନୁହେଁ ଅବଳା

ନୁହେଁ ତୁ ଦୁର୍ବଳା

ନିର୍ଭୟା ଅଭୟା କଳ୍ୟାଣମୟୀ,

ପ୍ରତୀକ କର୍ମ ତୁ

ଅଷ୍ଟ ଗଣ୍ଠି ନାମେ

ସ୍ବୟଂ ସ୍ବସ୍ଥିକ ତୁ ମା ସ୍ବରୂପିଣୀ.....

କେବେ ବହିଯାଉ 

ପବିତ୍ର ମନରେ 

ସ୍ନେହ ଗଙ୍ଗା ଧାର ପ୍ଲାବିତ ନଇ,

କେବେ ପୁଣି ତୁହି 

ଅନ୍ୟାୟ ବିରୁଦ୍ଧେ

ଲଢିଯାଉ ନିଜ ପ୍ରାଣ ନିଗାଡି.....

ଦୁନିଆ ଆଗରେ ଛୋଟ ନୁହେଁ ତୁ ହି 

ସୃଷ୍ଟି କର୍ତ୍ତା ନିଜେ 

ସୃଷ୍ଟି ଧାରିଣୀ,

ସହିବା ତୋ'ର ନ ହେଉ ଧର୍ମଟି

କର୍ମେ କର୍ମ ମନ 

ରଖିଥାଉ ଭରି.....

ବୀର ନାରୀ ତୁହି ବୀର ଅଗ୍ରଣୀ 

ସାହାସ ଝଣ୍ଡାରେ

ଇତିହାସ ତୋ'ର ବୀର କାହାଣୀ,

ସୁନ୍ଦର ସ୍ବଭାବ 

ସ୍ବଭାବ ଐଶ୍ବର୍ଯ୍ୟ

ସମ୍ପୂର୍ଣ୍ଣ ସ୍ବୟଂ ବିଭବ ରାଣୀ....

କେବେ ଦେଖି ଥାଉ 

ଅସ୍ତ ସୂର୍ଯ୍ୟରେ ଦିଗନ୍ତ ସେହି 

ସଂଧ୍ୟା ବନାନୀ,

କେବେ ଶୁଣୁଥାଉ ଦୟା କ୍ଷମା ଶାନ୍ତି 

କଳରତ ବିହଙ୍ଗର 

ଅନ୍ତର ଧ୍ବନୀ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract