ଦୋଳ ଆସିଛି ଫେରି
ଦୋଳ ଆସିଛି ଫେରି


ମାଘ ସରିଲା ଫଗୁଣ ହେଲା
ସାଥିରେ ଫଗୁ ଧରି
ବରଷେ ପରେ ଖୁସି ମନରେ
ଦୋଳ ଆସିଛି ଫେରି ।
ଫଗୁଣ ଖରା ଶୁଖିଲା ଧରା
ବହେ ମୃଦୁ ପବନ
ପଳାଶ ଫୁଲ ଫୁଟି ଜଣାଏ
ଦୋଳର ଆଗମନ ।
ଦୋଳରେ ପୁଣି ରାଧିକା ମୁଖେ
କାହ୍ନୁ ଅବିର ବୋଳି
ବିମାନେ ବସି ହୋଇଣ ଖୁସି
ଖେଳିବେ ଦୁହେଁ ଦୋଳି ।
ଗୋପାଳଙ୍କର ଠାକୁର ଘର
ହେଲାଣି ସାଜସଜ୍ଜା
ପ୍ରେମୀଯୁଗଳ କହ୍ନେଇ ରାଧା
ପାଇବେ ଦୋଳେ ପୂଜା ।
ଦେଇ ବସନ ଦ୍ରୈାପଦୀ ମାନ
ରଖିଲେ ଯେଉଁ ହରି
ସିଏ ଚାହିଁଲେ ଖାଲି ମାଠିଆ
କ୍ଷଣିକେ ଯାଏ ପୂରି ।
ସଜ୍ଜାରେ ସାଙ୍ଗ ସଜ୍ଜା ମୃଦଙ୍ଗ
ସଜ୍ଜା ଖଞ୍ଜଣି ଖୋଳ
ସଜ୍ଜା ବିମାନ ଦୋଳମଣ୍ଡପ
ହେଲା ନିକଟ ଦୋଳ ।
ଦୋଳପୂର୍ଣ୍ଣିମା ରାତିରେ ହେବ
ଗାଁ ମେଲଣ ମୋର
ସଂକୀର୍ତ୍ତନ ଓ ନାଚଗୀତରେ
ଚଳିବେ ବଂଶୀଧର ।
ପ୍ରକୃତ ଖୁସି ନୁହେଁରେ ଭାଇ
ହାଣ୍ଡିଆ, ମଦ ପିଇ
ତଳେ ଗଡିବା ଜୁଆ ଖେଳିବା
ଗାଁ ମେଲଣେ ଯାଇ ।
ଜାଣିଥା ଚିଣ୍ଟୁ ଜାଣିଥା ଚିଙ୍କି
ଦୋଳ ସରିଲେ ହୋଲି
ସତର୍କ ସହ ଖେଳିବ ରଙ୍ଗ
ସବୁରି ଦୁଃଖ ଭୂଲି ।