STORYMIRROR

Bhagirathi Mohanty

Abstract Inspirational Others

3  

Bhagirathi Mohanty

Abstract Inspirational Others

ଫାଇଲିନ ତୁମ ପୂର୍ବ ଠିକଣାରେ

ଫାଇଲିନ ତୁମ ପୂର୍ବ ଠିକଣାରେ

1 min
437

ପୂର୍ବ ପ୍ରକାଶିତ ଉତ୍ତାରୁ

ଫାଇଲିନ ତୁମ ନୂଆ ଠିକଣାରେ 

ପାଇଲିନି ତୁମ ନୂଆ ଠିକଣାରେ

ଫେରି ମୁଁ ଆସିଲି ତେଣୁ, 

ଗୋପରେ ହେଉ କି ମଥୁରାରେ ହେଉ

କୋଉଠି ବଜାଅ ବେଣୁ

କ୍ଷଣୁ କ୍ଷଣ ତୁମ ଠିକଣା ବଦଳେ

କୋଉଠି ପାଇବି କୁହ,

ଚାଲୁ ଚାଲୁ ମୋର ପାଦ ଥକି ପଡେ

ଥରେ ମୋତେ ଦେଖା ଦିଅ

ଗୋଡ଼ ଯୋଡ଼ାକ ଯେ ହାଡ଼ରେ ତିଆରି          

ବୁଝାଏ ମୁଁ କାନେ କାନେ

ଚାଲ ଚାଲ ବାବୁ ଅଟକି ଯାଅନା

କେତେ ପଥ ଭାବ ମନେ।

ମନ ମୂନ ଚୈତନ୍ୟ ଏକ କଲେ

ଲଘିଂଵୁ ତୁ ଗିରି ଶିଖ,

ବାଟରେ ଝୁଣ୍ଟି ତୁ ପଡ଼ିବା ଆଗରୁ

ଡାକିବୁ ପଙ୍କଜ ମୁଖ ।

ମହାସାଗର ତୁ ପାଇଲେ ପଚାର 

କେତେ ଦୂର ପଥ ବାକି,

ଜାଣିଛ କି ତାଙ୍କ ଏଵେର ଠିକଣା

ଖୋଲି ମୋତେ କହିବକି ।

ଠିକଣା ତୋହର ନିଜ ପାଖେ ଅଛି

ଚାହିଁ ଦେ ତୋର ଭିତର

ବିଜେ ହୋଇଛନ୍ତି ପୁଣ୍ଡ୍ରରିକାକ୍ଷ ଯେ

ହୁଅ ନାହିଁ ‌ହରଵର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract