STORYMIRROR

Chinmayee Kanta

Abstract Others

3  

Chinmayee Kanta

Abstract Others

ମାଆ ଗୋ ଗାୟତ୍ରୀ

ମାଆ ଗୋ ଗାୟତ୍ରୀ

1 min
423

ମାଆ ଗୋ ଗାୟତ୍ରୀ ଦର୍ଶନ ଦିଅ

 ଯିଏ ଯାହା ମାଗୁଅଛି ଅଜାଡ଼ି ଦିଅ ।


ହଂସ ବାହିନୀ ମା ଗୋ ଗୀତା ଧାରିଣୀ

  ଯୁଗେ ଯୁଗେ ପୂଜା ପାଉ ଆହେ ଜନନୀ ।


ବିଦ୍ୟା ଦାୟିନୀ ମାଗୋ ଧନ ପ୍ରଦାୟିନି

 ଶତ୍ରୁ କୁ ଧଂଶ କରୁ ମାଆ ସବୁ ଜାଣି ଶୁଣି ।


ସରସ୍ଵତୀ, ଲକ୍ଷ୍ମୀ ପୁଣି କାଳୀ ରୂପ ଧରି

 ଶୁଣିଲୁ ତୁହି ଗୋ ମାତା ସଭିଙ୍କ ଗୁହାରି ।


ସରସ୍ଵତୀ ରୂପ ଧରି ଜ୍ଞାନ ବାଣ୍ଟିଲୁ

 ଲକ୍ଷ୍ମୀ ରୂପ ଧରି ପୁଣି ଧନ ତୁ ଦେଲୁ ।


କାଳୀ ରୂପ ଧରି ମାଗୋ ଶତ୍ରୁ ଦଂଶିଲୁ

 ମାଆ ଗୋ ତୁହି ଯୁଗେ ଯୁଗେ ପୂଜା ପାଇଲୁ ।


ଭକତ ତୋ ଆସିଷରେ ହେଲେ ମହାନ

 ତୋ ଆଶିଷ ବଳେ ଜୀବ ପାଏ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract