ମାଆ ଗୋ ଗାୟତ୍ରୀ
ମାଆ ଗୋ ଗାୟତ୍ରୀ


ମାଆ ଗୋ ଗାୟତ୍ରୀ ଦର୍ଶନ ଦିଅ
ଯିଏ ଯାହା ମାଗୁଅଛି ଅଜାଡ଼ି ଦିଅ ।
ହଂସ ବାହିନୀ ମା ଗୋ ଗୀତା ଧାରିଣୀ
ଯୁଗେ ଯୁଗେ ପୂଜା ପାଉ ଆହେ ଜନନୀ ।
ବିଦ୍ୟା ଦାୟିନୀ ମାଗୋ ଧନ ପ୍ରଦାୟିନି
ଶତ୍ରୁ କୁ ଧଂଶ କରୁ ମାଆ ସବୁ ଜାଣି ଶୁଣି ।
ସରସ୍ଵତୀ, ଲକ୍ଷ୍ମୀ ପୁଣି କାଳୀ ରୂପ ଧରି
ଶୁଣିଲୁ ତୁହି ଗୋ ମାତା ସଭିଙ୍କ ଗୁହାରି ।
ସରସ୍ଵତୀ ରୂପ ଧରି ଜ୍ଞାନ ବାଣ୍ଟିଲୁ
ଲକ୍ଷ୍ମୀ ରୂପ ଧରି ପୁଣି ଧନ ତୁ ଦେଲୁ ।
କାଳୀ ରୂପ ଧରି ମାଗୋ ଶତ୍ରୁ ଦଂଶିଲୁ
ମାଆ ଗୋ ତୁହି ଯୁଗେ ଯୁଗେ ପୂଜା ପାଇଲୁ ।
ଭକତ ତୋ ଆସିଷରେ ହେଲେ ମହାନ
ତୋ ଆଶିଷ ବଳେ ଜୀବ ପାଏ ଜୀବନ ।