ଯେତେ ପାଣି ସେତେ ଶୋଷ
ଯେତେ ପାଣି ସେତେ ଶୋଷ
ବଡ ଦାରୁଣ ଏ ଗ୍ରୀଷ୍ମ ମାସ ବହଇ ଝାଞ୍ଜି ପବନ
ଶୁଖି ଯାଏ ନଦୀ ପୋଖରୀ ପାଣି
ଗଛ ଲତା ତରୁ ତୃଣ !!
ବରଗଛ ଛାଇ ଅତି ଶୀତଳ
ସତେ କି ପଡ଼ଇ ବରଷା ଜଳ !!
ଉଦୁଉଦିଆ ଖରାବେଳ ରେ ରାସ୍ତାଘାଟ ଶୁନଶାନ୍
ଗାଏ କୋଇଲି କୁହୁ ସ୍ଵରରେ ମନ ହୁଅଇ ଉଛନ୍ନ
ଗୁଳୁଗୁଳି ହୋଇ ବାହାରେ ଝାଳ
ଭଲ ଲାଗେ ଖାଲି ଶୀତଳ ଜଳ!!
ରଡ ନିଆଁ ପରି ଉଠଇ ତାତି
ବାଲି ମାଟି ଆଉ ପାଣି ପବନ
ନଦୀ ତଟ ଅବା ସମୁଦ୍ର କୁଳ
ବୁଲିଯିବା ପାଇଁ ହୁଅଇ ମନ।
ଗରିବ ଭାଇର ନଡ଼ା ଛପର ଘର
ଭଲ ଲାଗେ ସିନା ନିଆଁକୁ ବହୁତ ଡର ।
ସଞ୍ଜବେଳେ ବହେ ଶୀତଳ ପବନ
ହାଲୁକା ହୁଅଇ ମନ
ମଲ୍ଲି ଫୁଲ ର ମହ ମହ ବାସ
ଶୀତଳ ହୁଏ ପରାଣ
କେତେ ଯାତ୍ରା ନାଟ ରାତିବେଳାରେ
ପିଲାଏ ଦେଖନ୍ତି ଖୁସି ମନରେ
ଦୋକାନ ବଜାରେ ସରବତ ପଣା
ପାଚିଲା ଆମ୍ବ ପଣସ
କଷି କଣ୍ଟିଆଳି କଷି କଷି ତାଳ
ବିକ୍ରି ହୁଏ ଫଳ ରସ
ଯେତେ ଯାହା ଖାଅ ପାଣି ପାଶେ ଥାଏ ମନ
ପାଣି ହିତକାରୀ,ପାଣି ହିଁ ଅଟେ ଜିବନ
ଏ ଖରା ମାସ,ଯେତେ ପିଇଲେ ବି ଶୋଷ
ଫୁଟାଇ ପାଣି , ପିଇବା ଛାଣି
ହେଲେ ହେଉ ଖରା ମାସ
ଏ ଖରା ମାସ,ଯେତେ ପାଣି,ସେତେ ଶୋଷ