Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Children Stories

3  

Bishnupriya Panda

Children Stories

ହସି ହସାଇବା ସକଳ ଜନେ

ହସି ହସାଇବା ସକଳ ଜନେ

1 min
169


ରସଗୋଲା ସବୁ ଗୋରସେ ତିଆରି

ଶ୍ରେଷ୍ଠ ରସ ପୃଥିବୀରେ 

ଥରେ ଚାଖି ଦେଲେ ଭାରୀ ମନ ଖୁସି

ତାକୁ ଖାଇବାକୁ ମନ ଝୁରେ 


ମନ ଖୁସି ହେଲେ ପାଠ ପଢିବାକୁ

ଦୌଡ଼ି ଯାଆନ୍ତି ପିଲା 

ଖେଳ କୁଦ କରି ଡେ଼ଇଁ ଡେଇଁ ଆସି

ହୁଅନ୍ତି ବହୁତ ଗେହ୍ଲା 


ଖେଳିବାକୁ ଆଉ ଖେଳ ପଡିଆ ତ

ପିଲାଏ ଯାଉନାହାନ୍ତି 

ପାର୍କରେ ଖେଳି ଖସଡ଼ା ଓ ଦୋଳି

ମନ ଖୁସି ସେ କରନ୍ତି 


ପାଠ ମଜା ବୁଝି ହସି ଖେଳି କରି

ପାଠ ପଢେ ଯେଉଁ ପିଲା 

ତା ସାଙ୍ଗକୁ ଧ୍ୟାନ ଟିକିଏ ରଖିଲେ

ପାଠ ମନେ ରହିଗଲା 


ମାଙ୍କଡ଼ କୁମ୍ଭୀର ଗପ ଶୁଣିକରି

କୁମ୍ଭୀର ପରାଏ ବୋକା 

ହେବା ନାହିଁ ଜମା ଆମେ ପିଲାମାନେ

ମାରିବା ନିଶ୍ଚୟ ଛକା 


ଈଶ୍ୱରଙ୍କର ଏ ଖେଳ ପଡିଆରେ

ହସି ଖେଳି ଗାଇ ନାଚି 

ତାଙ୍କ ଧ୍ୟାନେ ମଜି ସୁପଥରେ ଚାଲି

ବଡ଼ ମଣିଷ ତ ସାଜି 


ହସି ହସାଇବା ସକଳ ଜନଙ୍କୁ

ଭଲ କାମ ହିଁ କରିବା 

ରସଗୋଲା ରସ ଖାଇବାକୁ ହେଲେ

ଗୋମାତା ସେବା କରିବା 



Rate this content
Log in