Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Others Children

3  

SUKANTA KHANDA

Others Children

ରଜ ମଉଜ

ରଜ ମଉଜ

1 min
154



ବରଷକେ ଥରେ ହେ ରଜ ପରବ

   ଆସିଛ ଦେବାକୁ ସୁଖ

ମାନବ ପାଇଁକି ଆଶିଷ ସହିତ

   ସଦା ହସହସ ମୁଖ।

ତିନି ଦିନଧରି ପାଳନ କରିବୁ

   କରମ ନ କରି ସବୁ

ମଉଜ କରିବୁ ଖିଆପିଆ ସହ

   ନାଚି ଗାଇ ଚିନ୍ତି ବିଭୁ।

ଦୋଳି ପହଁରିକି ଗୀତର ସ୍ବରରେ

   ବୁଢା଼ ହେଉ ଅବା ଯୁବା

ବୁଢ଼ୀ ବି ଛାଡେନି ମଜା ନେବାପାଇଁ

   ଗାଇ ନାଚି କରେ କାବା।

ବଡ଼ ଭାଇଚାରା ଆଣି ଦେଇଥାଅ

   ମାନବ ପାଇଁକି ଆଜି

ମନ ଦୁଃଖ କେବେ କରିକି ପାରିବୁ

   ହୁରୁଦୟୁ ଯିବୁ ଭାଜି।

ଏହି ପରବର ପରେ ହିଁ ବିଭୋର

   ହୋଇବୁ ବରଷା ଦେଖି

ଚାଷ କରିଦେଇ ବିଶ୍ବ ଦରବାର

   ଖାଇବାକୁ ଦେବୁ ରଖି।

ବରଷ ପାଇଁକି ସଞ୍ଚୟ କରିବୁ

   ଏହି ପରବର ପରେ

ବରଷାକୁ ସଦା ଆବାହନ କରି

   ଆଖିରୁ ଝରାଇ ନୀରେ।

ରଜ ପରବରେ ହରଷ ହୋଇବୁ

   ଆବାଳ ବୃଦ୍ଧ ବନିତା 

ନୂଆ ବସନକୁ ଭୋଜି ମହୋତ୍ସବେ

   ମନ ନ କରିବୁ ପିତା।

ହେ' ରଜ ପରବ ବରଷକେ ଆସି

   କରୁଥାଅ ଖୁସି ତୁମେ

ଆମେ ଏ ମରତେ ମାନବ ଜଗତେ

   ଧନ୍ଯ ହେଉ ଏହି ଭୂମେ।

ତୁମର ଏ ଦାନ ଜିଇଁବାର ଶକ୍ତି

   ଯୋଗାଇ ଭବିଷ୍ଯ ପାଇଁ

ସେଥିପାଇଁ ସଦା ଆକୁଳ ଅନ୍ତରେ

   ଚାହୁଁଛୁ ମନକୁ ଥୋଇ।

ଧନ୍ଯ ଆମେ ହେଉ ଗାଇ ଆଉ ନାଚି

   ଆଖିରୁ ଝରାଇ ଲୁହ

ପୁରୁଣା ସଂସ୍କୃତି ବୋଲି ନ ଭାବିକି

   ଅଟକି ଯିବନି କୁହ?

    


Rate this content
Log in