Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Children

3  

Rama chandra Pradhan

Children

ନାନାବାୟା ଗୀତ

ନାନାବାୟା ଗୀତ

1 min
125


ନହ ନହକା ବାଉଁଶ କଣି

ବେଙ୍ଗୁଲୀ ବସିଛି ସିଙ୍ଗିଡା ଛାଣି

ସିଙ୍ଗିଡା ଭିତରେ ଆଳୁ,

ଖାଇଦେଲି ବୋଲି ସକାଳୁ ଝାଡା

ପିଉ ଅଛି ପରା ପାଳୁ l


ଚାଇଁ ଚାଇଁକା କଇଁଆ ଛାଟ

ବଗୁଲୀ ଟାଙ୍ଗିଛି କାନ୍ଥରେ ଫୋଟ

ହାତୁଡ଼ାରେ ପିଟି କଣ୍ଟା,

ଚୌକିରୁ ତଳେ ପଡ଼ିଗଲା ବୋଲି 

ଭାଙ୍ଗିଗଲା ତା'ର ଅଣ୍ଟା l


ସିରି ସିରିକା କାଠ ଫିରିକା

ପୁଷି ଦେଖୁଛି ଖୋଲି ଝରକା

ଝରକା ଫାଙ୍କରେ ନିଆଁ,

ଝୁଲଟେ ବାଜି ପୋଡ଼ିଗଲା ବୋଲି

ଡରେ ହୋଇଲା ଛାନିଆଁ l


ଟୁଣୁ ଟୁଣୁକା ପାଦ ପାଉଁଜି

ଝୁମୁରୀ ଆଣିଛି ହାଟରୁ ଖୋଜି

ପାଉଁଜି ଗଲା ଛିଡ଼ି,

ପାଉଁଜି ପିନ୍ଧି ପାରିଲାନି ବୋଲି

ଶୋଇଗଲା ମୁହଁ ମାଡ଼ି l


ଟାଇଁ ଟାଇଁକା ଗ୍ରୀଷମ ଖରା

ବିଲୁଆ ଖାଉଛି ପକୁଡ଼ି ବରା

ପକୁଡ଼ି ଭିତରେ ଲଙ୍କା,

କଞ୍ଚା ଲଙ୍କାଟେ ଚୋବିଦେଲା ବୋଲି

ମୁହଁ ପଡ଼ିଗଲା ବଙ୍କା l



Rate this content
Log in