STORYMIRROR

Manaswinee Dash

Children Stories

3  

Manaswinee Dash

Children Stories

ଆଈ ନାତି

ଆଈ ନାତି

1 min
152

ଗଲାଣି ମୋ ଆଈ ବୁଢୀ ହୋଇ  

ଅଣ୍ଟାଟା ତାର ଗଲାଣି ବଙ୍କେଇ  

ଚାଲେ ସିଏ ବାଡି ଆଶ୍ରା ନେଇ  

ହେଲେ ତିଳେ ହେଲେ କୋଉ କାମରେ ହାର ମାନେ ନାଇ। 

ଦିନେ କହିଲି ମୁହିଁ  

ଆଉ ତୁ ମୋତେ ପାରିବୁନି କାଖେଇ  

ହସି ହସି କହିଲା ସେଇ  

ନାତି ଟୋକା ମୋର ସାହସ ଜାଣି ନ ପାରଇ।

କହିଲା ପିଣ୍ଡାରେ ରହ ଛିଡା ହେଇ  

ମୁଁ ପାଖକୁ ଆସିଲେ ମୋ ପିଠିରେ ଚଢିବୁ ତୁହି  

ଦେଖିବୁ ମୋର ଦମ୍ ଅଛି କି ନାହିଁ  

ମୁଁ ପରା ତୋହରି ଆଈ। 

କାଖେଇ ନପାରି ପିଠିରେ ନେଲା ବୋହି  

ହାତରେ ତା ଆଶାବାଡି ଧରଇ 

ହସିଲା ବଙ୍କେଇ ମୋ ମୁହଁକୁ ଚାହିଁ  

ସତରେ କେତେ ସାହସୀ ମୋ ଆଈ। 

ଆଈ ନାତି ହସିଲୁ ଖିଲି ଖିଲି ହେଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍