ଶୀତ ସଞ୍ଜ
ଶୀତ ସଞ୍ଜ
ପାହାଡ଼ ଘେରା ଆମର ଗାଆଁ
ସଞ୍ଜ ହେଉଣୁ ଶୀତ
ବାଘ ପରିକା ମାଡି଼ ବସୁଛି
ଚାହେଁନା ମୋଟେ ମିତ।୧
ଯେମିତି ଶତୃ ଯୁଗ ଯୁଗର
ସମୟ ପାଇଅଛି
ଚାଟି ଖାଇବ ଆମ ସଭିଙ୍କୁ
ମନରେ ଭାବିଅଛି।୨
ବରଫ ହୁଏ ସଞ୍ଜ ବେଳଟା
ସଭିଙ୍କ ଦେହମନ
ନିଆଁ ଯଦିଓ ଦାଣ୍ଡରେ ଜଳେ
ତଥାପି ଥଣ୍ଡା ଜାଣ।୩
ସୂରୁଯ ଥିବା ଯାକେ ଆଶ୍ୱସ୍ତି
ସଞ୍ଜରେ ଘରକୋଣ
କନ୍ଥା ପଟିଆ ଘୋଡେ଼ଇ ହେଉ
ବଞ୍ଚାଇବାକୁ ପ୍ରାଣ।୪
କଲ୍ୟାଣ ସତେ ମହୀର ହୁଏ
ହେଲେ ହେଁ ଆମେ ସବୁ
ଗରିବ ଯେତେ ଥରି ମରୁଛୁ
ଈଷ୍ଟ କରିଛି କାବୁ।୫