ଶୀତ ଆସିଲାଣି ଧରାକୁ
ଶୀତ ଆସିଲାଣି ଧରାକୁ
ଶୀତ ଆସିଲାଣି ଧରାକୁ
ଶୀତ ବସ୍ତ୍ର ଯେତେ ପଡ଼ିଲେଣି ଖୋଜା
ଦେହରେ ଘୋଡାଇ ହେବାକୁ ।।
ନାନା ଫୁଲ ଉପବନରେ
ଫୁଟିଛନ୍ତି କେତେ କଅଁଳ ଖରାରେ
ବିବିଧ ବର୍ଣ୍ଣର ସମ୍ଭାରେ ।।
ଘାସରେ ଶିଶିର ଚାଦର
ମୁକୁତାର ଭ୍ରମ ଦୂରୁ ସୃଷ୍ଟି କରେ
ଧରିତ୍ରୀ ସତେ କି ସାଗର ।।
କୃଷକ ଭାଇଟି ଖୁସିରେ
ସୁନାର ଫସଲ କରିବ ଅମଳ
ଦାଆ ଧରିଯାଏ ହାତରେ ।।
ପକ୍ଷୀ ଆସିଲେଣି ଚିଲିକା
ନଦୀ ଉପନଦୀ ପାରାବର ଡେଇଁ
ବିଦେଶରୁ ଜାତିଜାତିକା ।।
ଦିବସଠୁ ବଡ଼ ରଜନୀ
ଉତ୍ତରା ସମୀରେ ଦେହ ଥରିଯାଏ
ଲୋଡ଼େ ନାହିଁ କେହି ଚାନ୍ଦିନୀ ।।
