STORYMIRROR

Dr Santosh Kumar Panda

Children

3  

Dr Santosh Kumar Panda

Children

ମାଆ ମାଟିର ମୋହ

ମାଆ ମାଟିର ମୋହ

1 min
157

ମାଟିର ମଣିଷ ମାଟିରେ ମିଶିବ

  ଜାଣିଛି ଏ କଥା ଭଲ

ପ୍ରିୟ ମାଆ କୋଳ ଛାଡ଼ି ଆପଣିବ

  ମାଟି ମାଆର ସେ କୋଳ।୦।


ସେଥିପାଇଁ ସିନା ମାଆ ମାଟିକୁ ସେ

ପାଏରେ ଏତିକି ଭଲ 

ସୁଝି ହେବ ନାହିଁ ମାଆ ମାଟି ଋଣ

  ଅସୁଝା ତାହାର ମୂଲ।୧।


ଏନ୍ତୁଡ଼ିଶାଳର ନିଆଁ ଠାରୁ ପୁଣି

  ଜୁଇକାଠର ସେ ନିଆଁ

ଏଇ ଦୁଇ ନିଆଁ ଉଷ୍ମତା ଭିତରେ 

 ଶୀତଳ ମାଆର ଛାୟା।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children