ପ୍ରାର୍ଥନା
ପ୍ରାର୍ଥନା
ସବୁତ ତୁମର ଅବୋଧ ମୁଁ ମାତ୍ର
ଜୀବନ ମୋ ତୁମ ଦାନ
କରୁଛି ମିନତି ହେ ଜଗତ ନାଥ
ଦିଅ ଶୁଭ ବୁଦ୍ଧିଜ୍ଞାନ ।
ଫୁଲଟିଏ ଧରି କରୁଛି ସ୍ମରଣ
ଦିଅନ୍ତୁ ପ୍ରଭୁ ସୁମତି
ପଢି ଲେଖି ଶୁଣି ଅରଜେ ମୁଁ ବିଦ୍ଯା
ଗୁରୁଜନେ ରଖି ଭକ୍ତି ।
ସତ୍ଯ ଧର୍ମ ପଥେ ଚାଲିବି ମୁଁ ନିତ୍ଯ
କରିବି ଅଧ୍ଯବସାୟ
ଦେଶ ଓ ଜାତିର ବଢାଇ ସମ୍ମାନ
ଅରଜିବି ପରିଚୟ ।
ଜଗତର ହିତ ମାନବ କଲ୍ଯାଣ
ସେବା ପର ଉପକାର
ହେଉ ମୋ ଆଦର୍ଶ ଦିଅ ଶୁଭାଶିଷ
ହେ ଈଶ୍ୱର କୃପାକର ।।