STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ବିକଶିତ ଭାରତ

ବିକଶିତ ଭାରତ

1 min
127


ବିକଶିତ ଭାରତ ମୋ ସପନ,

ସଂସ୍କାର,ସମୃଦ୍ଧ ଶାନ୍ତି ଜୀବନ।


ଶସ୍ୟ,ଶ୍ୟାମଳା ସ୍ବର୍ଣ୍ଣିମ ମୋଦେଶ 

ଦୀନ ଦରିଦ୍ର ରହିବେନି ଲେଶ।


କୃଷି ଶିଳ୍ପରେ କରିବା ପ୍ରଗତି 

ଦୂରେଇ ଯିବସେ ଦୁଃଖ ଦୁର୍ଗତି।


ପ୍ରଯୁକ୍ତି କ୍ଷେତ୍ରରେ ପ୍ରଜ୍ଞା ମିଶାଇ 

 ନୂଆ ଶିକ୍ଷାନୀତି ଦେଲା ଚେତାଇ।


ବୃକ୍ଷ ଲତା ଆମ ବନ୍ଧୁ ସମାନ 

ତାର ଯତ୍ନରେ ସୁଖଦ ଜୀବନ।


ସ୍ଵଛ ଭାରତେ ଲୋଡ଼ା ସ୍ୱଚ୍ଛ ମନ

ବିଶୁଦ୍ଧ ହୋଇବ ଏମାଟି ପବନ।


ଶିକ୍ଷା ରୁ କେହି ହେବେନି ବଂଚିତ 

ଜୀବନ ଜାତକେ ସଂକଳ୍ପ ରଚିତ।


ଗମନାଗମନ ରୁ ପରିବହନ 

ଶିଖର ଛୁଇଁଛି ଆମ ବିଜ୍ଞାନ।


ମନ ଧନ ଦେଇ ଦେଶ ଗଢ଼ିବୁ 

ଭେଦ ଭାବ ଭୁଲି ମନ ଯୋଡ଼ିବୁ।


ବିଜ୍ଞାନ ସାଥେ ଆତ୍ମାର ବିକାଶ 

ବିଶ୍ୱଗୁରୁ ହେବ ଭାରତ ବର୍ଷ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics