STORYMIRROR

DILIP KUMAR SAHOO

Children Stories

4  

DILIP KUMAR SAHOO

Children Stories

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
14


ଅଗଷ୍ଟ ପନ୍ଦର ଦିନ 

ଆମେତ ହେଲୁ ସ୍ବାଧିନ।

ମାଆ ହାତୁ ଖୋଲି ବେଡି

ବିଦେଶୀ ଗଲେତ ଛାଡି।

ଆମେ ରେ ଭାରତ ବାସୀ

କେତେ ହସ କେତେ ଖୁସି।

ତ୍ରିରଙ୍ଗା ପତାକା ଆମ

ଉଡ଼ିଲା ଦେଶ ତମାମ।

ଗାଇ ଜନ ଗଣ ମନ

ଆନନ୍ଦେ ପାଳିଲୁ ଦିନ ।

ଅଗଷ୍ଟ ପନ୍ଦର ଦିନ 

ଆମେତ ହେଲୁ ସ୍ବାଧିନ।


ଶୁଣି ଗାନ୍ଧୀଙ୍କର ଡାକ

ଦେଶପ୍ରେମୀ ହେଲେ ଏକ।

ଗୁଳି ଗୋଳା କୁ ନଡରି

ଅହିଂସା ସମର କରି,

ଗଲେ ପଛେ କେତେ ମରି

ତଡିଲେ ଦେଶରୁ ଅରୀ।

କାଶ୍ମୀର ରୁ କୁମାରୀକା

ଇତିହାସ ହେଲା ଲେଖା।

ଅହିଂସା ର ଜୟଗାନ 

ଭାରତ ମୋର ମହାନ।

ଅଗଷ୍ଟ ପନ୍ଦର ଦିନ 

ଆମେତ ହେଲୁ ସ୍ବାଧିନ।


ମୋ ଭାରତ ମାଆ ଯଶ

ଗାଏ ଆଜି ସାରା ବିଶ୍ବ।

ଜଗତ ର ସୁଖ ଶାନ୍ତି 

ଚିନ୍ତା କରୁ ଆମେ ନିତି।

ଦୁନିଆ କାନରେ କହୁ

ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ।

ହାତ ରେ ମିଶାଇ ହାତ

ଗାଉ ମମତା ର ଗୀତ।

ଏକ ମନ ଏକ ପ୍ରାଣ

ଏଇ ଆମ ବଡ ପଣ ।

ଅଗଷ୍ଟ ପନ୍ଦର ଦିନ 

ଆମେତ ହେଲୁ ସ୍ବାଧିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍