STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଜୟ ମାଆ ବିରଜା

ଜୟ ମାଆ ବିରଜା

1 min
11


ଯାଜନଗ୍ର ଅଧିଷ୍ଠାତ୍ରୀ ଦେବୀ ପରମ ଆରାଧ୍ୟା

ବ୍ରହ୍ମସୂତା ମା ବିରଜା ମହାମାୟା ତୁ ମହାବିଦ୍ୟା ।

ଯଜ୍ଞଭୂତା ସୃଷ୍ଟିରୂପା ସନାତନୀ ଦେବୀ ଆଦିଶକ୍ତି

ଭଗବତୀ ମହାସତୀ ଶିବାନୀ ମାଆ ଗୋ ପାର୍ବତୀ

ଶୋହେ ଶିରେ ଅର୍ଦ୍ଧଚନ୍ଦ୍ର ଦିବ୍ଯ ଜ୍ଯୋତି ସର୍ପ ଗଣପତି

ସ୍ଥିତିରୂପା ମହାମାୟୀ ତୁ ଅବ୍ଯୟା ଅଚିନ୍ତ୍ୟ ଶକତି

ପ୍ରକୃତି ସ୍ବରୂପା ଦେବୀ ଋତସତ୍ଯ ମାଆ ରକ୍ଷାକତ୍ତ୍ରୀ

ବିରାଜିତ ସିଂହ ପୃଷ୍ଠେ ଶୂଳହସ୍ତେ ଦେବୀ ଜଗଦ୍ଧାତ୍ରୀ ।

କର ଗୋ ବିନାଶ ମାଆ ଆସୁରିକ ପ୍ରବୃତ୍ତି କୁମତି

ଜୟ ତୁ ଭବାନୀ ଦୁର୍ଗା ଅକିଞ୍ଚନେ ଦିଅ ମା ଭକତି ।

ସ୍କନ୍ଦମାତା ମହାଗୌରୀ ତୁ ରୁଦ୍ରାଣୀ ମାଆ ଶୈଳପୁତ୍ରୀ

ଦ୍ୱିଭୁଜା ଦେବୀ ବିରଜା ଦିଅ ସିଦ୍ଧି ସୁଗତି ମୁକତି ।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational