STORYMIRROR

Shivanshi Arshi

Abstract Others Children

4  

Shivanshi Arshi

Abstract Others Children

ପିଲାବେଳର ବର୍ଷା ଦିନ

ପିଲାବେଳର ବର୍ଷା ଦିନ

1 min
8

ମନେ ପଡେ ଆଜି ମୋତେ ସେ ଦିନ

ଯେବେ ହେଉଥିଲା ବର୍ଷା ପ୍ରବଳ

ଦେହ ଭଲ ଲାଗୁନଥିଲେ ମଧ୍ୟ ମୁଁ 

ଅନୁଭବ କରୁନଥିଲି ଦୁର୍ବଳ।

ମୋତେ ମନେ ଅଛି ସେ ବରଷା 

ସେ ପାଣି ଭର୍ତ୍ତି ହେବା 

ଯେବେ ଆମେ ଦେଖି ସେ ମୂଷଳଧାରା

କେତେ ଆନନ୍ଦିତ ହେବା।

ସେ ଦିନ ବି ଅଛି ସ୍ମରଣ ମୋର 

କାଗଜର ଡଙ୍ଗା ତିଆରି କରି 

ସେପାଖରେ ଆଗ ପହଞ୍ଚାଇବାକୁ

ହେଉଥିଲୁ ଭାରି ତରବର।

ବର୍ଷା ର ସେ ଦିନ ଯେବେ

ଘରେ ପକୋଡ଼ି କରେ ବୋଉ

ଖାଇସାରି ପୁଣି ପାଞ୍ଚ ଛଅଟା 

ତଥାପି ମାଗୁ ଆଉ।

ମାଟିର ସେ ମନ ଲୋଭା ସୁଗନ୍ଧ

କିଏ ବା ପାରିବ ଭୁଲି

ଯେବେ ହାତ ଆମେ ଦେଖାଉ ବାହାରେ

ଝରକା କବାଟ ଖୋଲି।

କେବେ ତୁମେ ଚେଷ୍ଟା କରିଛ କି 

ପକାଇବାକୁ ମନେ?

ପିଲାଦିନର ସେ ବରଷା ଋତୁକୁ 

ରଖିଚ ତୁମେ ସ୍ମରଣେ?

ମୋତେ ଇଚ୍ଛା ହୁଏ ଫେରିଯିବାକୁ

ସେଇ ପିଲା ଦିନକୁ

ବରଷା ଋତୁ ଆସଇ ଯେବେ 

ବାନ୍ଧିନିଏ ମୋ ମନକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract