STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଭକ୍ତ ବଳରାମ ଦାସ

ଭକ୍ତ ବଳରାମ ଦାସ

1 min
15


ଉତ୍କଳରେ ଥିଲେ ପାଞ୍ଚ ଜଣ ପଞ୍ଚସଖା ନାମେ ପରିଚିତ 

ଅନନ୍ତ, ଅଚ୍ୟୁତ, ବଳରାମ ଦାସ, ଯଶୋବନ୍ତ,ଜଗନ୍ନାଥ


ବଳରାମ ଦାସ ଥିଲେ ପରା ସନ୍ଥକବି ଏଇ ମୋ ଓଡ଼ିଶାର,

ଅନେକ ପୁରାଣ, କାବ୍ୟ ଓ କବିତା ରଚନା ଥିଲା ତାଙ୍କର


ତାଙ୍କରି ପିତା ଥିଲେ ମନ୍ତ୍ରୀ ଗଜପତିଙ୍କର ନାମଟି ସୋମନାଥ

ମାତାଙ୍କ ନାମ ମୋହମାୟା, ଗର୍ବିତ କରନ୍ତି ଗର୍ଭୁ ହୋଇ ଜାତ,


କିଛିଙ୍କ ମତରେ ଜନମ ସ୍ଥାନ ଥିଲା ତାଙ୍କ ପୁରୀ ଶ୍ରୀକ୍ଷେତ୍ରରେ 

ଯାଜପୁର ଜିଲ୍ଲା ପ୍ରକୃତରେ ଜନ୍ମସ୍ଥାନ, ଅନ୍ୟ ଲୋକଙ୍କ ମତରେ 


କିମ୍ବଦନ୍ତୀ ଅଛି, ଭକ୍ତ ବଳରାମ ଦାସ ଆସନ୍ତି ଜଗା ଦର୍ଶନ ପାଇଁ,

ପଣ୍ଡା ପଢିହାରୀ ରଥଯାତ୍ରା ବେଳେ ରଥ ଛୁଇଁବାକୁ ଦେଲେ ନାହିଁ


ଅପମାନଭରା ମନେ ବାଲି ମୁହାଣେ ତିଆରି କରନ୍ତି ବାଲିର ରଥ,

ଡାକନ୍ତି ମୋ ବାଲି ରଥକୁ ଭକ୍ତ ପାଇଁ ଆସ ଆହେ ପ୍ରଭୁ ଜଗନ୍ନାଥ


ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଅଟକିଲା ଗଡିଲାନି ଇଞ୍ଚେ ମାତ୍ର ,

କାରଣ ଠାକୁର ଭକତ ଡାକରେ ବାଲିରଥେ ହେଲେ ବିରାଜିତ


ଗଜପତି, ଅଧିଆ ପଡିଲେ ଗଡୁ ନାହିଁ କିଆଁ ତୁମ ନନ୍ଦିଘୋଷ

ସ୍ଵପ୍ନରେ ଜଣେଇଲେ, ରଥେ ମୁହିଁ ଅଛି ଗଢିଛି ବଳରାମ ଦାସ


ରାଜା ଓ ପଣ୍ଡା ପଢିହାରୀ ବଳରାମ ଦାସ ପାଦେ ଗଲେ ପଡ଼ି

କ୍ଷମା କରି ଯେବେ ଛୁଇଁ ଦେଲେ ରଥ, ନନ୍ଦିଘୋଷ ଗଲା ଗଡ଼ି


ହେ ଭକ୍ତ ବଳରାମ, ଲେଖିଲ ଦାଣ୍ଡି ରାମାୟଣ ଓ ଲକ୍ଷ୍ମୀ ପୁରାଣ,

ରଚିଲ ବହୁ ଧର୍ମଗ୍ରନ୍ଥ, ପଞ୍ଚସଖା ମଧ୍ୟରେ ପ୍ରସିଦ୍ଧ ହୋଇଲ ଜାଣ



Rate this content
Log in

Similar oriya poem from Inspirational