STORYMIRROR

ଶ୍ରୀକାନ୍ତ ଗୌଡ଼

Children Stories Others Children

4  

ଶ୍ରୀକାନ୍ତ ଗୌଡ଼

Children Stories Others Children

ମିଛେଇ ବୋଉ

ମିଛେଇ ବୋଉ

1 min
9

   

  ବୋଉ ମୋ ବୋଉ

ଖାଲି ଜହ୍ନ ଆଣିଦେବି କହୁ

   ମିଛେଇ ବୋଉ

ବାୟା ଆସୁଛି ଆସୁଛି କହୁ

  ପାଗେଳୀ ବୋଉ

ପାଗଳା ମନକୁ ବୁଝାଇ ଦେଉ

    ମୁଁ ନ ଖାଇଲେ

ବାଘ ଡାକିବି କହିକି ଡରାଇ ଦେଉ

    ମିଛେଇ ବୋଉ

ବାଘ ନ ଆସଇ ବଣେ ଥାଉ ଥାଉ

   ବୋଉ ମୋ ବୋଉ

ବିପଦ କାଳରେ ସାହସ ଦେଉ

    ପାଷାଣୀ ବୋଉ

ପାଷାଣ ପରିକା ସବୁ ସହିଯାଉ

     ଲୁହ ଝରାଉ

ଲୁହର ଧାରକୁ ଓଠକୁ ନେଉ

    ମିଛେଇ ବୋଉ

ପଚାରିଲେ ମୋତେ କିଛି ନାହିଁ କହୁ

    କଥା ଭୁଲାଉ

ମିଛ କଥା କହି ମୋତେ ଠକି ଥାଉ

    ମିଛେଇ ବୋଉ

ଆଜି ମୁଁ ବୁଝିଲି ମିଛ କାହିଁକି କହୁ

     ବୁଝିଲି ବୋଉ

ନିଜେ ଦୁଃଖ ସହି ସୁଖ ଆମକୁ ଦେଉ

ଆମରି ଓଠରେ ଚିର ହସ ତୁ ଫୁଟାଉ

     ମିଛେଇ ବୋଉ

ସେଥୂପାଇଁ ବେଳେ ବେଳେ ମିଛ କହିଥାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଶ୍ରୀକାନ୍ତ ଗୌଡ଼