STORYMIRROR

ଶ୍ରୀକାନ୍ତ ଗୌଡ଼

Children Stories Others Children

4  

ଶ୍ରୀକାନ୍ତ ଗୌଡ଼

Children Stories Others Children

ମିଛେଇ ବୋଉ

ମିଛେଇ ବୋଉ

1 min
6

         

         କାହିଁ ସେ ସରଗ ଶଶୀ 

ଆଣିଦେବୁ ପରା          କହୁଥିଲୁ ମୋତେ

     ଖାଉଥିଲି ଯେବେ ତୋ କୋଳେ ବସି  


ଅଝଟିଆ ହୋଇ          ଭାତ ନ ଖାଇ

        ଯାଉଥିଲି ଯେବେ ରୁଷି 

ସେତେବେଳେ ବୋଉ      କହୁଥିଲୁ ମୋତେ

        ବାଘ ନେଇଯିବ ଆସି

          ବୋଉ ଲୋ...

     ତୋ ମିଛ କୁହା କଥା ଥାଉ ଲୋ

କେମିତି କେଜାଣି         ଏଡ଼େ ମିଛେଇକୁ

        ଜନମିଲା ମୋ ଆଇଲୋ


ମୋତେ ଜ୍ୱର ହେଲେ      କମ୍ପେ ତୋର ଦେହ

         ବସି ରହୁ ଶେଯ ପାଖରେ

ତୋତେ ଜ୍ୱର ହେଲେ      କହୁଥିଲୁ ମୋତେ

         ବସିଥିଲୁ ଚୁଲି ମୁଣ୍ଡରେ

        ତେଣୁ ତାତିଛି ତୋର ଦେହ

କିଛି ହୋଇ ନାହିଁ         ଭଲ ଅଛି କହି

          ଆଖିରୁ ଝରାଉ ଲୁହ


କବାଟ କୋଣରେ         ଲୁଚି କାନ୍ଦୁଥିଲେ

        ପଣତ ଘୋଡେଇ ମୁହଁରେ

ପଚାରିଲେ ମୁଁ           ମୋତେ କହୁଥିଲୁ

        ପୋକ ପଶିଗଲା ଆଖିରେ

         ଏତେ ମିଛ କିମ୍ପା କହୁ

ମୁଁ ଆଜି ଜାଣିଲି          ଖାଲି ବୋଉ ନୁହଁ

        ତୁ ଗୋଟେ ମିଛେଇ ବୋଉ 

                           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଶ୍ରୀକାନ୍ତ ଗୌଡ଼