STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
10


ଆସିଛି ଆଜି   ଅଗଷ୍ଟ ମାସ

    ପନ୍ଦର ଶୁଭ ଦିନ

ସିନ୍ଦୂରା ଫାଟି  ହେଲା ସକାଳ

   ଜାଗିବା ଜନଗଣ ।

ପ୍ରତ୍ଯେକ ଗୃହେ  କରିବା ଆମେ

   ତ୍ରିରଙ୍ଗା ଉତ୍ତୋଳନ

ଏକାଠି ମିଶି   ଗାଇବା ଆମେ

   ଆମ ଜାତୀୟ ଗାନ ।

ଜୟ ଜବାନ   ଜୟ କିଶାନ

    ଜୟ ବିଜ୍ଞାନ ନାରା

ଧ୍ବନିତ ହେବ  ପ୍ରତିଟି କଣ୍ଠେ

   କମ୍ପି ଉଠିବ ଧରା ।

ଆମରି ଦେଶ  ଭାରତ ପାଇଁ

   ଆଜି ଗୌରବ ଦିନ

ସ୍ବାଧୀନ ଆମେ  ଭାରତବାସୀ

   ନୁହଁନ୍ତି ପରାଧୀନ ।

ଅତି ଚତୁର   ଇଂରେଜ ଜାତି

   ବେପାର ପାଇଁ ଆସି

ବୋଲାଉଥିଲେ  ସରବେ ସର୍ବା

   ଗାଦିକୁ ମାଡି ବସି ।

ଆମ ଭାରତ   ଅଟେ ମହାନ

   ଭାରତବାସୀ ବୀର

କରିବେ ରଣ  କରିଲେ ପଣ

   ଗଢିଲେ ଦଳ ବଳ ।

ଗଢିଲେ ପିଲେ  ବାନର ସେନା

    କୃଷକେ ସଙ୍ଗଠନ 

ନାରୀ ଶକତି  ହେଲେ ଜାଗ୍ରତ

    ମାତିଲେ ଛାତ୍ରଗଣ ।

ଡାକରା ଦେଲେ  ନେତାଜୀ ଆମ

    ଫଉଜ ଦିଲ୍ଲୀ ଚାଲ

ବଣିକ ଜାତି   ଥରିଲା ଛାତି

   ଡାକେ କର ବା ମର ।

ଆମ ଦେଶର  ଜନ ନାୟକ

   ଥିଲେ ମହାତ୍ମା ଗାନ୍ଧୀ

ନେତୃତ୍ବେ ତାଙ୍କ  ହେଲା ସଂଗ୍ରାମ 

    ଅହିଂସା ଅବଲମ୍ବୀ ।

ହେଲା ଡାକରା   ଭାରତ ଛାଡ

   ସ୍ବଦେଶୀ ଆନ୍ଦୋଳନ

ଜାଗ୍ରତ ହେଲା  ସାରା ଭାରତ

     ବିଦେଶୀ ହୁତାଶନ ।

ନପାଇ କିଛି   ଅନ୍ଯ ଉପାୟ

   ଇଂରେଜ କଲା ସ୍ଥିର

ଦେବ ସେ ଟେକି  ଭାରତୀୟଙ୍କୁ

   ଦେଶ ଶାସନ ଭାର ।

ଆମରି ହାତେ   ଏବେ ଶାସନ 

   ଭାରତ ସାର୍ବଭୌମ 

କରି ପ୍ରଗତି   ସମଗ୍ର ବିଶ୍ବେ

   ହୋଇଛି ଅଗ୍ରଗଣ୍ଯ ।

ଗୋରା ହାକିମ  କୂଟନୀତିରେ

    ଆମ ଭାରତବର୍ଷ 

ବିଭକ୍ତ ହୋଇ  ବହୁ ଖଣ୍ଡରେ

   ଆଜି ସମସ୍ଯାଗ୍ରସ୍ତ ।

ଉପୁଜୁ ଅଛି   ସୀମା ବିବାଦ

    ଦ୍ବନ୍ଦ ଓ ମତାନ୍ତର 

ଚାହେଁ ଭାରତ  ସହାବସ୍ଥାନ 

   ପଡୋଶୀ ହେଉ ଭଲ ।

        ---



Rate this content
Log in

Similar oriya poem from Inspirational