STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବର୍ଷା ଆସିଲାଣି ଘରକୁ ଯିବା

ବର୍ଷା ଆସିଲାଣି ଘରକୁ ଯିବା

1 min
7


ଚତୁର୍ମାସ ବର୍ଷା ଋତୁର ସମୟ

ଧାରା ଶିରାବଣ ଏବେ ଚାଲୁଛି

ବଳିପୁରେ ରହି ଭଗବାନ ବିଷ୍ଣୁ

ନିଦ୍ରାରେ ଶୟନ କରୁ ଅଛନ୍ତି ।

ସୁଚତୁର ରାଜା ବଳି ଦୁଇ ପାଦେ

ଧରିତ୍ରୀ ଆକାଶ କରିଲେ ଦାନ

ନାଭିପଦ୍ମୁ ଭିନ୍ନ ଏକ ଶ୍ରୀଚରଣ

ପ୍ରକଟ କରିଲେ ପ୍ରଭୁ ବାମନ ।

ବଳିଦାନେ ପ୍ରୀତ ହେଲେ ଭଗବାନ 

କଲେ ମନସ୍କାମ ଅବଶ୍ଯ ପୂର୍ଣ୍ଣ 

ଯାଚି ଦେଇ ବର ପାତାଳପୁରରେ

ବଳି ସହ କଲେ ସେ ଅବସ୍ଥାନ ।

ଆସିଥିଲେ ମାଆ ଲକ୍ଷ୍ମୀ ପାତାଳକୁ

ବ୍ରାହ୍ମଣୀର ଛଦ୍ମବେଶକୁ ଧରି

ବାନ୍ଧିଦେଲେ ରକ୍ଷା ସୂତ୍ର ବଳି ହସ୍ତେ

ସମ୍ବୋଧିଲେ ଭ୍ରାତା ତୁଣ୍ଡେ ଉଚ୍ଚରି ।

ଆସୁଛି ଆଗକୁ ଶ୍ରାବଣ ପୂର୍ଣ୍ଣିମା

ପାଳିତ ହୋଇବ ରକ୍ଷା ବନ୍ଧନ 

ବାନ୍ଧିବେ ଭଉଣୀ ଭାଇ ହାତେ ରାକ୍ଷୀ

ପୂଜିବେ ସ୍ବଗୃହେ ଗୋରୁ ବ୍ରାହ୍ମଣ ।

ଯିବା ନାହିଁ ଭୁଲି ଆମ ସୁସଂସ୍କାର 

ଥିଲେ ଯେଉଁଠାରେ ମନେ ରଖିବା

କରିବା ଜୀବନ ସଜଳ ସୁନ୍ଦର 

ବର୍ଷା ଆସିଲାଣି ଘରକୁ ଯିବା ।

     



Rate this content
Log in

Similar oriya poem from Inspirational