କହିଲ ଦେଖି
କହିଲ ଦେଖି


ବାପାଙ୍କର ଯିଏ ଶଶୁର ହୋଇବ
ତୁମ ମାଆଙ୍କର ସେ ପୁଣି ବାପା !
କୁହ ପିଲେ ସିଏ ତୁମର କଅଣ
ଯିଏ ହେବ ତୁମ ମାଉସୀଙ୍କ ବାପା ?
(ଉ -: ଅଜା)
ମାମୁଁଙ୍କର ଅଛି ଗୋଟିଏ ଭଉଣୀ
ତୁମ ଆଈଙ୍କର ସେ ପୁଣି ଝିଅ !
କୁହ ପିଲେ ସିଏ ତୁମର କଅଣ
ଯିଏ ହେବ ତୁମ ଅଜାଙ୍କ ଝିଅ ?
(ଉ -: ମାଆ)
ତୁମ ମାଉସୀର ଭାଇ ହେବ ଯିଏ
ତୁମ ମାଆଙ୍କର ସେ ପୁଣି ଭାଇ !
କୁହ ପିଲେ ସିଏ ତୁମର କଅଣ
ଯିଏ ହେବ ତୁମ ମାମୁଁଙ୍କ ଭାଇ ?
(ଉ -: ମାମୁଁ)
ତୁମ ବାପାଙ୍କର ଯେ ହେବ ଭଉଣୀ
ତୁମ ଜେଜେଙ୍କର ସେ ହେବ ଝିଅ !
କୁହ ପିଲେ ସିଏ ତୁମର କଅଣ
ଜେଜେ ମାଆଙ୍କର ସେ ପୁଣି ଝିଅ ?
(ଉ -: ପିଉସୀ)
ତୁମ ମାଆଙ୍କର ଗୋଟେବୋଲି ପୁଅ
ଜେଜେ ମାଆଙ୍କର ପୁଅର ପୁଅ !
କୁହ ପିଲେ ସିଏ ତୁମର କଅଣ
ଯିଏ ହେବ ତୁମ ବାପାଙ୍କ ପୁଅ ?
(ଉ -: ନିଜେ)
ତୁମ ଅଜାଙ୍କର ଯେ ହେବ ନାତୁଣୀ
ତୁମ ମାଆଙ୍କର କି ହେବ କୁହ ?
ତୁମର କ'ଣ କହି ପାରିବ କି
ମାମୁଁଙ୍କ ଭାଣିଜୀ ଅଟେ ସେ ଝିଅ !
(ଉ-: ମା'ଙ୍କର ଝିଅ/ତୁମର ଭଉଣୀ)