STORYMIRROR

Binodini Dash

Inspirational Children

4  

Binodini Dash

Inspirational Children

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
11


ସ୍ବାଧୀନ ଭାରତ ସନ୍ତାନ ଆମେରେ

ତ୍ରିରଙ୍ଗା ଗର୍ବ ଗୌରବ ଆମର

ଜନମ ଦିନେ ଉଡ଼ାଇ ଫରଫର

ଖୁସିରେ ପାଳୁ ଅଗଷ୍ଟ ପନ୍ଦର ।


ବୀରପ୍ରସବିନୀ ଆମରି ଜନନୀ

ପୂଣ୍ୟଭୂମି ପରା ସାରା ଜଗତେ

କୋଳେ ଧରିଥିଲା ଭଗତ, ସୁରେନ୍ଦ୍ର

ଗାନ୍ଧୀ, ଗୋପବନ୍ଧୁ, ସୁଭାଷ ଯେତେ ।


ସଭିଏଁ ତା' ଟେକ ରଖି ଯାଇଛନ୍ତି

ଗୋରା ବେପାରୀଙ୍କ ସଙ୍ଗରେ ଲଢ଼ି

କେତେ ବୀର ରକ୍ତେ ରଞ୍ଜିତ ତା' କୋଳ

ଜୟ ଧ୍ବନି ଦେଇ ଆଗକୁ ବଢ଼ି ।


ଶେଷେ ବେପାରୀଏଁ ହୋଇ ଥରଥର

ଛାଡ଼ି ଚାଲିଗଲେ ଭାରତ ଭୂଇଁ

ଖୁସିର ଲହରୀ ଖେଳିଗଲା ଦେଶେ

ନୂତନ ସୂରୁଜ ଉଠିଲା ଉଇଁ ।


ପିଢ଼ି ପରେ ପିଢ଼ି ସ୍ମରଣ କରଇ

ଭାରତ ମାତାର ଏ ପୁଣ୍ୟ ତିଥି

ସରିଗଲେ ପଛେ ଯୁଗର ସମୟ

ସରବେ ମନରେ ଥିବେ ସାଇତି ।


Rate this content
Log in

Similar oriya poem from Inspirational