ଶୀତ ଆମ ମିତ
ଶୀତ ଆମ ମିତ
ଵଣ ପଶୁପକ୍ଷୀ ଗାଉଛନ୍ତି ଗୀତ
ମୟୂର କରୁଛି ନୃତ୍ୟ
ନକରି ଉଛୁର ଯିବା ବୁଲିବାକୁ
ଚାଲ ସାଙ୍ଗ ସାଥି ମିତ ।
ଟିକି ଝରଣାର କୁଳୁକୁଳୁ ତାନ
ଡାକୁଛି ହାତକୁ ଠାରି
ପ୍ରକୃତି ସୁନ୍ଦର ଦିଶେ ଅପରୂପା
ସବୁଜିମା ବକ୍ଷେ ଧରି ।
ବାଡି ବଗିଚାରେ ଭରା ଫୁଲଫଳ
ଇନ୍ଦ୍ରଧନୁ ସପ୍ତରଙ୍ଗ
ସୁନାର ଫସଲେ ହସିଉଠେ ଖେତ
ଆନନ୍ଦ ମନ ଉଚ୍ଛନ୍ନ ।
ନାଚୁଅଛି ଖରା ଖୋଲା ପଡିଆରେ
ଉଡି ବୁଲିଲେଣି ପକ୍ଷୀ
ଉଷ୍ମ ଆବେଗରେ ଚଞ୍ଚଳ ଜୀବନ
ଆହାରବିହାରେ ମତି ।
ଖେଳିବା ବୁଲିବା ମନ ମଉଜରେ
କରିଯିବା ବଣଭୋଜି
ଶୀତ ଆମ ମିତ ବରଷକେ ଥରେ
ଆସି ପୁଣି ଯିବ ହଜି ।
