STORYMIRROR

Papu parida

Inspirational Children

3  

Papu parida

Inspirational Children

ନିଦମାଉସୀ ଲୋ ନିଦମାଉସୀ

ନିଦମାଉସୀ ଲୋ ନିଦମାଉସୀ

1 min
144

ନିଦମାଉସୀ ଲୋ ନିଦ ମାଉସୀ

ମୋ କାହ୍ନୁ ଦେହେରେ ଯାଆ ତୁ ମିଶି

ସେ ଦିନେ ହୋଇବ ରାଇଜ ରାଜା

ଶୋଇଯାରେ ବାବୁ ତୁ ଶୋଇଯା।


ସେ ଦିନେ ହୋଇବ ମହାତ୍ମା ଗାନ୍ଧୀ

ଅହିଂସା ମନ୍ତ୍ରରେ ନେବ ସେ ଛନ୍ଦି

ସେ ଦିନେ ହୋଇବ ଲୌହମାନବ

ଏକତା ମନ୍ତ୍ରରେ ବାନ୍ଧି ରଖିବ।


ସେ ଦିନେ ହୋଇବ ଭାଗତ ସିଂହ

ଦେଶ ସେବାରେ ସେ ଛାଡିବ ଦେହ

ସିଏ ପରା ମୋର ବିର ଆଜାଦ

ଗୁଲାମ ନ ହୋଇ ହେବ ସହୀଦ।


ନିଦମାଉସୀ ଲୋ ନିଦ ମାଉସୀ

ମୋ କାହ୍ନୁ ଦେହେରେ ଯାଆ ତୁ ମିଶି

ସେ ଦିନେ ହୋଇବ ରାଇଜ ରାଜା

ଶୋଇଯାରେ ବାବୁ ତୁ ଶୋଇଯା।


ପଞ୍ଜାବ କେଶରୀ ସାଜିବ ଦିନେ

ଭୟର ଛିଟା ବି ନ ଥିବ ମନେ

ଲାଲ ବାହାଦୂର ଶାସ୍ତ୍ରୀ ସାଜିବ

ସ୍ନେହ ଶ୍ରଦ୍ଧା ପ୍ରେମ ସେ ଯେ ବାଣ୍ଟିବ।


ସେ ଦିନେ ହୋଇବ ଆମ ନେତାଜୀ

ଅଧିକାର ପାଇଁ ଜୀବନ ବାଜି

ସେ ଦିନେ ହୋଇବ ସଭରକର

ସାହାସୀ ମଥାରେ ନଥିବ ଡର।


ନିଦମାଉସୀ ଲୋ ନିଦ ମାଉସୀ

ମୋ କାହ୍ନୁ ଦେହେରେ ଯାଆ ତୁ ମିଶି

ସେ ଦିନେ ହୋଇବ ରାଇଜ ରାଜା

ଶୋଇଯାରେ ବାବୁ ତୁ ଶୋଇଯା।


ସେ ଦିନେ ସାଜିବ ମୋ ଗୋପବନ୍ଧୁ

ଦରଦୀ ସେବାରେ ଦରଦୀ ବନ୍ଧୁ

ସେ ଦିନେ ସାଜିବ ମୋ ମଧୁବାବୁ

ଜାତି ଆଗ ତାର ପଛରେ ସବୁ।


ଉଦ୍ଧବ ସିଂହଙ୍କ ପରି ସେ ହେବ

ଶତ୍ରୁ ମାଟି ଯାଇ ଉତ୍ତର ଦେବ

କାଲମଙ୍କ ଭଳି ସେ ଦିନେ ହେବ

ଜ୍ଞାନ ବୁଦ୍ଧି ବଳେ ବିଶ୍ୱ ଜିତିବ।


ନିଦମାଉସୀ ଲୋ ନିଦ ମାଉସୀ

ମୋ କାହ୍ନୁ ଦେହେରେ ଯାଆ ତୁ ମିଶି

ସେ ଦିନେ ହୋଇବ ରାଇଜ ରାଜା

ଶୋଇଯାରେ ବାବୁ ତୁ ଶୋଇଯା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational