STORYMIRROR

Jasoda Majhi

Inspirational Children

3  

Jasoda Majhi

Inspirational Children

ଇଛା ହୁଏ ଥରେ

ଇଛା ହୁଏ ଥରେ

1 min
180


ଇଛାହୁଏ ଥରେ ଫେରି ଯିବା ପାଇଁ

   ସେଇ ଅତୀତ ଦିନକୁ

ତୁମ ପାଖେ ବସି ତୁମ କୋଲେ ସୋଇ

  ଭୁଲିବାକୁ ସବୁ ଦୁଃଖକୁ ll


ପଦେ ପଦେ ତୁମ ବାତ୍ସଲ୍ୟ ଗାଳିକୁ

   ଶୁଣିବାକୁ ମୋର କର୍ଣ୍ଣ 

ଅଝଟ ହୋଇ କଥା ନ ମାନି

   ମାଡ଼ ଖାଇବାକୁ ମନ ll

   

ସବୁ ଦୁଃଖ ସୁଖ ବଖାଣିବାକୁ 

   ବସି ଦୁହେଁ ଏକାନ୍ତରେ

ବାନ୍ଧି ଦେଵ ପୁଣି ତୁମ ମମତାର

  ବାତ୍ସଲ୍ୟ ବନ୍ଧନ ଡୋରେ ll

   

କରୁଥିବି ଅଳି ହେଇ ତୁମ ଗେଲ୍ଲୀ

   ଆଣିଦିଅ ମତେ ଚାନ୍ଦ 

ଚାନ୍ଦକୁ ଦେଖେଇ କହୁଥିବୁ ମତେ

  ଧନ ଲୋ ମୋର ନ କାନ୍ଦ ll

   

ଆସିଯିବ ଯେବେ ଫେରିଵାଲାଟିଏ

    ଲାଗିଯିବ ଲମ୍ବା ଧାଡି

ଯାହା ମୁଁ ଚାହିଁବି ସବୁ କିଣି ଦେବୁ

   ଦେବୁ ମୋ ପାଖେ ଅଜାଡ଼ି ll

   

ହୋଇଲେ ରଜନୀ ବସିବି ମୁଁ ତୁନି

   ପଢ଼େଇ ଦେବୁ ଲୋ ପାଠ

ସେହି ତୋର ପାଠ ପଢ଼ା ପ୍ରଭାବଟା

   ଦେଖେଇବ ମତେ ବାଟ ll



Rate this content
Log in

Similar oriya poem from Inspirational