STORYMIRROR

Jhasketan Sahoo

Children Stories Classics Children

3  

Jhasketan Sahoo

Children Stories Classics Children

ପିଲାଙ୍କ ଛୁଟିଦିନ

ପିଲାଙ୍କ ଛୁଟିଦିନ

1 min
270

ପିଲାଙ୍କ ମନରେ କିଛିଦିନ ଠାରୁ

ଆଶା ଭରି ରହିଥିଲା

ଚାହିଁ ରହିଥିଲେ କେବେ ତ ଆସିବ

ଛୁଟିଦିନ ଟିଏ ଭଲା।


ଛୁଟିଟିଏ ହେଲେ କେତେ ଖୁସି ସତେ

ନ ହୁଅନ୍ତି ପିଲାମାନେ

ମଜା ତ କରନ୍ତି ବୁଲାବୁଲି କରି

ଉଲ୍ଲାସରେ ଖୋଲା ମନେ।


ଛୁଟିଦିନ ପୁଣି ଯଦି ଆସିଯାଏ

ପିଲାଙ୍କ ମନ ଟି ସୁଖ

ଚାଲିଗଲେ ପୁଣି ସେହି ଛୁଟିଦିନ

ହୋଇଯାଏ ମନଦୁଃଖ।


ଛୁଟି ନାଆଁ ଶୁଣି ବୁଢ଼ା ବାପାମାଆ

ହୋଇଯାନ୍ତି କେଡେ ଖୁସି

ପୁଅଟି ତାଙ୍କର ବହୁ ଦିନପରେ

ବିଦେଶରୁ ଯିବ ଆସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍