STORYMIRROR

Jhasketan Sahoo

Classics Inspirational Children

3  

Jhasketan Sahoo

Classics Inspirational Children

ସ୍ୱାଧୀନ ଭାରତ ପିଲା

ସ୍ୱାଧୀନ ଭାରତ ପିଲା

1 min
270

ଦେଶର ସ୍ବରାଜ କାମନା କରିଯେ  

ଗାନ୍ଧୀ ଅମର ହୋଇଲେ

ଦେଶପାଇଁ କେତେ ବୀର ବୀରାଙ୍ଗନା

ପ୍ରାଣକୁ ଉତ୍ସର୍ଗୀ ଦେଲେ।


ଭାରତ ଆମର ପରାଧୀନ ହେଲା

ଫିରିଙ୍ଗି ଶାସନ କଲେ,

ମହାପୁରଷଏଁ ଆନ୍ଦୋଳନ କରି

ଦେଶକୁ ସ୍ବାଧିନ କଲେ।


କାରାଗାର ଗଲେ ଫାଶୀରେ ଝୁଲିଲେ

ଭାରତ ମାଆର ପାଇଁ

ଖୋଜିଲେ ଆମେରେ ପାଇବା ଯେ ତାଙ୍କୁ

ଇତିହାସେ ନାମ ଥାଇ।


କେତେକେତେ ପୁଣି ମହା ନାରୀ ଗଣ

ବିପ୍ଳବେ ମିଶିଲେ ଯାଇ,

ପିଲାଛଆ ଭୁଲି ,ଭୋକଶୋଷ ଭୁଲି

ଦେଶର ସ୍ବରାଜ ପାଇଁ।


ଏପରି ବିପ୍ଳବୀ ଯୋଦ୍ଧାଙ୍କ ପାଇଁରେ

ଆଜି ଗରବ କରିବା

ସେମାନଙ୍କ ଏହି ମହାନ ଋଣକୁ

ଆମେ ସୁଝି ନ ପାରିବା।


ସେମାନଙ୍କ ପାଇଁ ଦେଶ ମୁକୁଳିଲା

ଦୁନିଆଁ ତାଙ୍କୁ ଜାଣିଲା

ତାଙ୍କରି ପାଇଁଟି ବୋଲାଉ ଆମେ ରେ

ସ୍ବାଧିନ ଭାରତ ପିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics