Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children Stories

3  

DILIP KUMAR SAHOO

Children Stories

ଦୋଳ

ଦୋଳ

1 min
135


ଫଗୁଣ ଆସେ ରଙ୍ଗ ବରଷେ 

ଫୁଲ ଅଗଣା ମହକି ବାସେ

ଆମ୍ବ ବଉଳ ସୁନ୍ଦର ଦିଶେ

ପାଣି ପବନ ଆକାଶ ହସେ ।।

ହସଇ ମଠ ହସେ ମନ୍ଦିର

ବାଜା ରୋଷଣୀ ଭାରି ସୁନ୍ଦର 

ବିମାନେ ବସି ଦୋଳ ଠାକୁର

ବୁଲନ୍ତି ପ୍ରଭୁ ଘରକୁ ଘର ।।

ଭକ୍ତ ଦୁଆରେ ଠାକୁର ଆସି

ଭୋଗ ଖାଆନ୍ତି କୃପା ବରଷି

ରଙ୍ଗ ଅବିର ମୁହଁ ରେ ନେସି

ଜୋଛନା ଢାଳେ ସରଗ ଶଶି ।।

ଗାଁଆ ଗାଆଁରେ ଦୋଳ ମେଲଣ

ଆସନ୍ତି କେତେ ଦୋଳ ବିମାନ 

ହୁଅଇ ମେଳା ହୁଏ କିର୍ତ୍ତନ

ହରି କରନ୍ତି ହର ଦର୍ଶନ।।

ଦୋଳରେ କଲେ ଦୋଳ ଦର୍ଶନ

ମିଳଇ ପୂଣ୍ଯ ଜୀବନ ଧନ୍ଯ

ହସ ଖୁସିର ପର୍ବ ମହାନ

ଭୁଲାଇ ଦିଏ ଦୁଃଖ କଷଣ ।।



Rate this content
Log in