ଟୁପୂର୍ ଟୁପୁର
ଟୁପୂର୍ ଟୁପୁର
ଟୁପୁରୂ ଟୁପୂରୂ ବରଷି ବରଷି
ଆକାଶୁ ଝରିଲା ପାଣି
ଘନ ଗରଜନ ଶବଦକୁ ଶୁଣି
ହସଇ ବେଙ୍ଗୁଲି ରାଣୀ।
ପହିଲି ଆଷାଢ଼ ମେଘ ଅସରାରେ
ବୁଝିଲା ମାଟିର ଶୋଷ
ନିଧାକ ଡହକ ଯାତନା ସରିଲା
ସାଜିଲା ସବୁଜ ବେଶ
ରଇ ତର ମନ ଆନନ୍ଦେ ମାତିଲା
ଚାଷ କରେ ମନ ଜାଣି।
ଭୂମି ଆଉ ଭୁମା ମଧୁର ମିଳନ
ମାଟି ଗନ୍ଧ ଗଲା ପୁରି
ଅସୁମାରୀ ବୀଜ ଅଙ୍କୁରି ଉଠିଲେ
ସବୁଜ ସୁଷମା ଭରି
ସବୁଜିମା ଝୁଲେ କେଦାରେ କେଦାରେ
ଫସଲ ଆସିବ ପୁଣି।
ଧାରା ଶିରାବଣ ଓଳି ଝରା ପାଣି
ଫୁଟୁ କା ହୁଏନି ଗଣି
କାଗଜର ନାଆ ଭସାଇଲେ ଧୀରେ
ସୁଅ ନେଇ ଯାଏ ଟାଣି
ଦୁଃଖ ସୁଖର ଏ ଦୁନିଆଁରେ ପରା
ଦୁଃଖ ପରେ ସୁଖ ଜାଣି।
