STORYMIRROR

Sandhyarani dash

Children

3  

Sandhyarani dash

Children

ଟୁପୂର୍ ଟୁପୁର

ଟୁପୂର୍ ଟୁପୁର

1 min
187


ଟୁପୁରୂ ଟୁପୂରୂ ବରଷି ବରଷି

ଆକାଶୁ ଝରିଲା ପାଣି

ଘନ ଗରଜନ ଶବଦକୁ ଶୁଣି

ହସଇ ବେଙ୍ଗୁଲି ରାଣୀ।


ପହିଲି ଆଷାଢ଼ ମେଘ ଅସରାରେ 

ବୁଝିଲା ମାଟିର ଶୋଷ

ନିଧାକ ଡହକ ଯାତନା ସରିଲା

ସାଜିଲା ସବୁଜ ବେଶ

ରଇ ତର ମନ ଆନନ୍ଦେ ମାତିଲା

ଚାଷ କରେ ମନ ଜାଣି।


ଭୂମି ଆଉ ଭୁମା ମଧୁର ମିଳନ

ମାଟି ଗନ୍ଧ ଗଲା ପୁରି

ଅସୁମାରୀ ବୀଜ ଅଙ୍କୁରି ଉଠିଲେ

ସବୁଜ ସୁଷମା ଭରି

ସବୁଜିମା ଝୁଲେ କେଦାରେ କେଦାରେ 

ଫସଲ ଆସିବ ପୁଣି।


ଧାରା ଶିରାବଣ ଓଳି ଝରା ପାଣି

ଫୁଟୁ କା ହୁଏନି ଗଣି

କାଗଜର ନାଆ ଭସାଇଲେ ଧୀରେ

ସୁଅ ନେଇ ଯାଏ ଟାଣି

ଦୁଃଖ ସୁଖର ଏ ଦୁନିଆଁରେ ପରା

ଦୁଃଖ ପରେ ସୁଖ ଜାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children