Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Abstract Others Children

4.0  

Chinmaya Nayak

Abstract Others Children

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
182


     ଏ ଧରା ବୁକୁରେ ଖରା ପଡ଼ିଅଛି

       ଝରିଆସେ ଟୋପା ବିନ୍ଦୁ,

     ଆଷାଢ଼ ଶ୍ରାବଣେ ଗଗନରୁ ଖସି

      ଗଢିତୋଳେ ସାତ ସିନ୍ଧୁ  l ୧ l


    ଲୁଚି ଖେଳେ ଧୂଆଁ ଧୂଆଁ ବାଦଲରେ 

        ବିଜୁଳି ଆଲୁଅ ଧରି ,

    କେଁ - କଟର ସାଥେ ଘଡଘଡି ବାଜା

      ଭେକ ମାନେ ନୃତ୍ୟ କରି l ୨ l


    ସାରୁ ଗଛମୂଳେ ବେଙ୍ଗ ରାଜା ବସି 

       କେଁ - କେଁ କରେ ସ୍ୱର, 

    ବେଙ୍ଗୁଲି ରାଣୀଟି ରହିରହି କାନ୍ଦେ 

       ଯିବ ଆଜି ଶାଶୁ ଘର l ୩ l


    ବରଷା ସାଥେ ଆଙ୍କିଛି ଗଗନେ 

       ଇନ୍ଦ୍ରର ଦେବତା ଧନୁ, 

   କେତେ ମନୋହର ରଙ୍ଗ ବେରଙ୍ଗର 

       ଭୁଲି ହୁଏ ନାହିଁ ମନୁ  l ୪ l 


    ସାତ ଗୋଟି ରଙ୍ଗହୋଇ ଏକାଠି 

       ବାଇଗଣୀ, ହଳଦିଆ., 

   ଘନନୀଳ, ଲାଲ୍, ସବୁଜ, ନାରଙ୍ଗୀ 

      ନୀଳରଙ୍ଗ ଶୋଭା ଆହା l ୫ l


    ଇଦ୍ରର ଦେବତା ହାତେ ଧନୁ ଧରି 

       ବୁଲନ୍ତି ମହୀ ମଣ୍ଡଳ, 

   ଶୋଭା ସଂପଦରେ ହସି ଉଠେ ମହୀ            

ଭରନ୍ତି ଧରଣୀ କୋଳ  l ୬ l


  


Rate this content
Log in

Similar oriya poem from Abstract