STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ସାଥୀ

ସାଥୀ

1 min
118

ଜୀବନ ପଥରେ ଏମନ ଖୋଜଇ

ମିଳନ୍ତାକି କେହି ସାଥୀ,

ଦୁହେଁ ମିଶି ବାଟ ଚାଲିବୁ ଗପିବୁ 

ଦୁଃଖସୁଖ ସବୁ ମାତି।


ସାଥୀ ଶୁଣୁଥିବ ଅକୁହା ବେଦନା

କହୁଥିବ ପଦେ ଆହା,

ଦରଦୀ ହୃଦୟେ 'ଈଶ୍ୱର ଅଛନ୍ତି'

 ଧର୍ଯ୍ୟଦେବ, ହେବେ ସାହା।


ଆଖିକୁ ଦେଖିସେ ପଢ଼ିଯାଉଥିବ 

ପରାଣେ ବିଶ୍ୱାସ ରଖି,

ଚାଲୁଥିବୁ ଦୁହେଁ ମରୁ ବାଲି ଅବା

ବିଟପ କାନନ ସଖୀ।


ଥକି ଗଲେ ଦୁହେଁ ନଈକୁଲେ ବସି

ବଂଇଁଶୀ ତାନରେ ମାତି,

ଭୂଳିଯିବୁ ଯେତେ ଝଡ଼ ଖଞ୍ଜା ପଥେ

ପଥର କରିଏ ଛାତି।


ସାଥୀ ଟିଏ ଖୋଜି ପାଇଗଲି ଭଜି

ଅସ୍ଵସ୍ଥ ପାଦପ ମୂଳେ,

ସେଇ ଦିବ୍ୟଜ୍ୟୋତିପରିଟିଏ ମୋତି

ନିରଞ୍ଜନା ନଦୀ କୂଳେ।


ନିଜକୁ ସଜାଡ଼ି ଆଲୋକ ଉଜାଡି

ଦୀପ ପରି ଜଳିଜଳି 

ଜଗତବାସୀଙ୍କସାଥୀ ଟିଏ ହୋଇ

ପ୍ରେମ ରୂପ ଭଳିଭଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action