STORYMIRROR

Anjana Naik,Anju..Deogarh

Romance Classics Fantasy

3  

Anjana Naik,Anju..Deogarh

Romance Classics Fantasy

ଚ଼ିଠି

ଚ଼ିଠି

1 min
164

ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ ନିଜେ 

ବାର ବାର ବିଶ୍ଳେଷଣ କରି

ଯୋଡ଼ା ଯୋଡ଼ି କଲା ପରେ

ଲେଖିଥିଲି କିଛି ଶବ୍ଦ ତୁମ ବାବଦରେ 

ରଙ୍ଗିନ ସାଦା କାଗଜ ବକ୍ଷରେ ।।


କାଳି କଲମ ମୋ ଚାଲୁଥିଲା 

ସତେ କି ଲାଜେଇ ଲାଜେଇ

ସତେ କି ପ୍ରତ୍ୟେକ ମୁହୂର୍ତ୍ତରେ ସେ 

ତା ଭାବନାରେ ତୁମ ସାନ୍ନିଧ୍ୟରେ 

ମନେ ମନେ ଅଜଣା ସିହରଣରେ 

ସିହରିତ ହୋଇ ମୋ ହାତରୁ 

ବୃକ୍ଷଚ୍ୟୁତ ମଉଳା ଗଙ୍ଗଶିଉଳି ପରି

ଲୋଟିଯାଉଥିଲା ଅକ୍ଷର ବକ୍ଷରେ ।।


କେଉଁ ଅମାନିଆ, ବେହିଆ ଶବ୍ଦ ସବୁ

ତା ଅଜାଣତରେ ଛୁଇଁ ଯାଆନ୍ତି 

ତା କବରି ତଳ ମଲ୍ଲି ଗଜରା ମାଳରେ 

ତ କେବେ କଟି ମେଖଳାରେ

ତା ଦେହର ତରଙ୍ଗିତ ମୃଦୁ କୁହରଣବେଳେ

ଷୋଡ଼ଶି ଅଳସି, ମୋ ଝର କଲମ 

ଝରି ଯାଉଥିଲା ମୋ ମନର ଆବେଗର

ଅକୁହା ଶବ୍ଦ ଗୁଡ଼ିକୁ ବାକ୍ୟ ଗୁନ୍ଥିବାରେ ।।


ମୁଁ ତ ଏତେ କଥା ଭାବ ରଙ୍ଗ ଦେଖି

ନିଜେ ନିଜ ଆୟତରେ ନରହି 

ନିଶ୍ଚୟ ପରାୟତ ହୋଇ ଲେଖିଯାଏ 

ପ୍ରେମର ପରିଭାଷା, ଗୋଟି ଗୋଟି ଶବ୍ଦ

ମନେ ପଡ଼େ ମନ କଥା 

ମୋ କଳ୍ପନା ରାଇଜେ 

ହୋଇ ଆନମନା ତୁମ ଭାବନାରେ ।।


ଲେଖିଛି ତୁମ ଗାଆଁ ଠିକଣା 

ଚ଼ିଠିର ପ୍ରାପକ ସ୍ଥାନରେ

ଟିକେ ବାଆଁରେଇ ଗାରେଇ ଦେଇଛି 

ମୋ ନାଆଁ ଭିନ୍ନ ପ୍ରକାରର 

ପ୍ରେରକର ସଂକ୍ଷିପ୍ତ ସ୍ଥାନରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance