ନିସ୍ତବ୍ଧ ରାସ୍ତାର ଚୌକି
ନିସ୍ତବ୍ଧ ରାସ୍ତାର ଚୌକି
ସମୟ ର ଦରଜା କେତେବେଳେ କେମିତି
କେଉଁ ପରିସ୍ଥିତି ସୃଷ୍ଟି କରିବ ତାହା ଥାଏ ଅଜ୍ଞାନ୍ତ
ଠିକ୍ ନିସ୍ତବ୍ଧ ରାସ୍ତାର ଚୌକି ଗୁଡ଼ିକ ପରି
ପ୍ରତୀୟମାନ ହେଉଥିବା ଗଛ ଗୁଡ଼ିକରୁ
ଜଣାଯାଏ, ଜନଶୂନ୍ୟ ହୋଇ ପଡିଥିବା
ରାସ୍ତାର ଚତୁଃପାର୍ଶ୍ଵରୁ ଭାସିଆସେ କେବଳ
କରୁଣ ବେଦନା ଭରା କଣ୍ଠସ୍ୱର
ବଣ ପ୍ରାନ୍ତର ର ସବୁଜବଳୟ ମଧ୍ୟରୁ।
ସୀମାରେଖା ତଳେ ଜୀବନ ନିର୍ବାହ
ହୋଇଯାଏ ଦୁଃସହ, ମଣିଷ ର ବେପରୁଆ
ମନୋଭାବର ହୋଇଥାଏ କଡାକଡି ହିସାବ
ନିୟତିର କରାଳ ଗ୍ରାସର ଖେଳରେ
ସବୁ କିଛି ଥାଇ ବି ମଣିଷ ହୋଇଯାଏ ନିସ୍ବ
ଅପନ୍ତରାରୁ ଆସି ପଡ଼ିଯାଏ କାନ୍ତାରରେ
ଠିକ୍ କରୋନା ବିଶାଳ କାୟା ବିସ୍ତାର କରି
ସର୍ବୈସର୍ବା ହେବା ପରି ଅନୁଭବ ହୁଏ
ହୃଦୟ ମନର ବୁକୁତଳୁ।
ଅସୁମାରୀ ସ୍ବପ୍ନ ସବୁ ସେହି ନିଶୁନ ରାସ୍ତା
ଅବରୋଧ କରି ଶାନ୍ତ୍ବନା ର ମୁଳଦୂଆ
ଭିତ୍ତିସ୍ଥାପନର ଅସଂଖ୍ୟ କଣିକାକୁ
ସାଉଁଟି ସାଉଁଟି ଖାଲି ଖୋଜୁଥାଏ
ରାହାଟିକେ ବଂଚିବା ର ପ୍ରୟାସ ଟିଏ
ନିସ୍ତବ୍ଧ ରାସ୍ତାର ସେହି ଗଳି ଭିତରେ
ନୂତନ ଦିଗନ୍ତ ପ୍ରସାରୀ ଆସ୍ବାଦନରେ
ନିରାଶାର ପ୍ରତିଧ୍ୱନୀ ରେ ଅବସ୍ଥିତ ସବୁଜମୟ
ପ୍ରାନ୍ତର ଡେଇଁ ରଚିଯାଆନ୍ତା, ନୂଆ ଇତିହାସ
ହାତରେ ଧରି ସେହି ସମୟ ରଜୁକୁ ।