ଅଭିମାନୀ ପ୍ରିୟା
ଅଭିମାନୀ ପ୍ରିୟା
ପ୍ରିୟା ମୋର ଭାରି ଲାଜେଇ ଫୁଲେଇ
ସେ ଆଜି ରୁଷିଛି
ବୁଝେଇବ ତାକୁ କିଏ କୁହ ଆଉ
ଅଭିମାନରେ ରହିଛି
ଆଖିରେ ତାର ରାଗ ତମ ତମ
ଓଠ ତାର ଥରୁଛି
ମୁହଁ ଏଡାଇ ଦେଇଛି ସେତ
ଶୁଖି କଳା ପଡିଛି
ଭାରି ସ୍ଵାଭି ମାନି ଜମା ମାନି ବନି
ଏତେ ଜିଦି ଧରିଛି
କିଏ କେତେ କହିଲେ ତାକୁ
ଏକା ହୋଇ ରହୁଛି
ମିଠା କଥା ତାର ଶୁଭୁନି ଆଉ
ମୁହଁ ନାଲି ପଡିଛି
କେଉଁ ଉପହାର ଦେବି ନେଇ
ଅଭିମାନରେ ଚାହୁଁଛି
ଭଲ ପାଉ ଥିଲି କହୁନି ସେ
ସବୁ ଭୁଲି ଯାଇଛି
ଛୋଟ କଥା କୁ ଧରିଛି ସିଏ
ମାନ ଅଭିମାନ କରିଛି ।