Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଶ୍ରମିକର ପରିଚୟ

ଶ୍ରମିକର ପରିଚୟ

1 min
198


ଶ୍ରମିକ ମୋ ପରିଚୟ 

 କରେନା ମୁଁ ଅନ୍ତର 

ଲହୁ ଲୁହ ଢାଳିଦିଏ 

   ସେବା ମୋର ଈଶ୍ୱର ।

ଉଚ୍ଚ କାମ ନୀଚ କାମ 

   ସବୁ କରେ ନିଜର 

ସମର୍ପିତ ପ୍ରାଣ ମୋର 

   ଖୁସି ଲଭେ କର୍ମର ।

ଦେଶ ନିର୍ମାଣରେ ମିଳେ 

  ଆନନ୍ଦ ଯେ ଅପାର 

ଆଜି ଏଠି କାଲି ସେଠି 

   କର୍ମରେ ମୁଁ ତତ୍ପର । 

ଦେଖୁଛ ଯେ ଅଟ୍ଟାଳିକା 

   ନଭଶ୍ଚୁମ୍ଭୀ ପ୍ରାଚୀର 

ଅଗଣିତ ଶିଳ୍ପ କ୍ଷେତ୍ରେ

   ଛାପ ରହେ ଆମର ।

ଆମ ତ୍ୟାଗ ଅସୁମାରୀ 

   କିଏ କରେ ବିଚାର

କିଏ ବା ତାଚ୍ଛଲ୍ୟ ସ୍ଵରେ 

   କରେ କେତେ ଧିକ୍କାର । 

ଗାଳି ମାଡ ସହି ଚାଲୁ 

   କେତେ ଯେ ଅତ୍ୟାଚାର 

ତଥାପି ଦାମ୍ଭିକ ଚିତ୍ତେ 

   କର୍ମେ ଦେଖୁ ଈଶ୍ୱର । 

କର୍ମର ସନ୍ଧାନେ ଯାଉ

   ଛାଡି ଘର ସଂସାର 

କେଉଁଠି ଦାଦନ ଖଟୁ 

   ମାଲିକ ଯେ ନିଷ୍ଠୁର ।

ତନୁ ମନ ଦେଇ କରୁ 

   ମାଲିକକୁ ନିଜର

ତଥାପି ବଞ୍ଚିତ କେବେ 

  କଥା ପଦେ ମଧୁର ।

କର୍ମରେ ଆଦର ଆମ 

  କର୍ମ ହିଁ ଯେ ଈଶ୍ୱର 

ହତାଦର କରିବାନି 

   କର୍ମ ଆମ ଆଧାର ।

ଶ୍ରମରେ ଶ୍ରମିକ ଦେଖ 

   ଶ୍ରମିକଠି ଶ୍ରମର 

ଆଦର କର ଶ୍ରମକୁ 

   ଶ୍ରମ ହିଁ ଯେ ଈଶ୍ୱର । 

ଶ୍ରମିକ ପ୍ରେମର ପାତ୍ର 

   ନିଃସ୍ଵାର୍ଥର ସାଗର 

ତ୍ୟାଗପୂତ ଜୀବନଟା 

   ଦେବତାର ମନ୍ଦିର ।

ଆମ ସୁଖ ସମୃଦ୍ଧିର 

  ଉତ୍ସ ସେହି ଶ୍ରମର 

ସପ୍ରେମେ କର ସ୍ୱାଗତ 

  ଶ୍ରମିକ ହିଁ ନିଜର । 


Rate this content
Log in

Similar oriya poem from Abstract