STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ସ୍ନେହଁ ପ୍ରେମ ପ୍ରୀତି ଅମୁଲ୍ୟସମ୍ପତ୍ତି

ସ୍ନେହଁ ପ୍ରେମ ପ୍ରୀତି ଅମୁଲ୍ୟସମ୍ପତ୍ତି

1 min
10


            

       ସ୍ନେହଁ ପ୍ରେମ ପ୍ରୀତି ଅମୁଲ୍ୟ ସମ୍ପତି

          ସଂସାରରେ ଶ୍ରେଷ୍ଠ ଏହି

       ଭଲପାଇବାର ମୂଳମନ୍ତ୍ର ସିନା

          ଏହାବିନୁ କିଛି ନାହିଁ l  


       ପିତୃ ମାତୃ ଭ୍ରାତା ଭଗିନୀ ମମତା

          ସ୍ୱର୍ଗର ଅମୃତ ତୁଲ୍ୟ

       ଆଶୀର୍ବାଦ ବାରୀ ଝରୁଥିଲେ ମୁଣ୍ଡେ

          ହୁଏସେ ବିଜୟମାଲ୍ୟ l  


       ମାଆର ମମତା ସୁଦ୍ଧ ଗଙ୍ଗାଜଳ

          ମମତାରେ ଭରା ହୃଦ

       ପଣତ କାନୀରେ ପୋଛିଦେଲେ ଥରେ

          ଘୁଞ୍ଚଇ ସର୍ବ ବିସାଦ l  


       ପିତାଙ୍କର ସ୍ନେହଁ ବିଭୁ ବରଦାନ

          ସର୍ବ ବିସାଦ ଖଣ୍ଡନ

      ଭାତୃ ଭଗ୍ନୀ ପ୍ରେମ ଅଙ୍ଗର କବଚ

          ବାନ୍ଧି ରହିଥିଲେ ମନ l  


       ପ୍ରେମରେ ଜଗତ ପ୍ରେମରେ ସଂସାର

          ପତି ପତ୍ନୀଙ୍କର ପ୍ରୀତି

       ପ୍ରେମରେ ବାହିଲେ ସଂସାର ନଉକା

          ମିଳଇ ପରମ ଶାନ୍ତି l  


       ପ୍ରେମିକ ପ୍ରେମୀକା ପ୍ରେମେ ମାତିଥାନ୍ତି

          ହୃଦୁ ଝରେ ପ୍ରେମ ମଧୁ

       ମନସ୍କାମ ପୂର୍ଣ୍ଣ ହୁଏ ଯେଉଁଦିନ

          ହୋଇଯାଏ ନବ ବଧୂ l  


       ବାଲ୍ୟବନ୍ଧୁ ପ୍ରୀତି ମନେ ଆଣେ ଶାନ୍ତି

          ଭାରାକ୍ରାନ୍ତର ଜୀବନେ

       ହୃଦୟ ମିଶାଇ ଦୁଃଖ ଦେଲେ କହି

          ଉଶ୍ୱାସ ଆସଇ ମନେ l  


       ଭୃଙ୍ଗର ଶୃଙ୍ଗାର ନାନାଜାତି ପୁଷ୍ପେ

          ମଧୁ ଚୁମ୍ବନରେ ଭାବ

       ପ୍ରୀତି ଗୀତଗାଇ ନିଏ ମନମୋହି

          ସର୍ବେ ଜାଣନ୍ତି ସ୍ୱଭାବ l


       ପଦ୍ମ ଭାନୁ ପ୍ରୀତି ସଂସାରକୁ ଶିକ୍ଷା

          ଥାଅ ପଛେ ଯେତେ ଦୂରେ

       ହୃଦୟ ସହିତ ହୃଦୟ ମିଶିଲେ

          ଦୂର ରହେ ନିକଟରେ l  


       ଭକ୍ତ ଭଗବାନ ବନ୍ଧା ପ୍ରେମ ଡୋରେ

          ବନ୍ଧନ ଯାଏନି ଖୋଲି

       ପଡିଲେ ବିପତ୍ତି ଭକତ ଉପରେ

          ଚାରିହାତ ଦିଏ ମେଲି l  


       ପ୍ରକୁତି ପୁରୁଷ ଆଦି ପିତା ମାତା

          ସୃଷ୍ଟିର ସେ ସୃଷ୍ଟିକାରୀ

       ସ୍ନେହଁ ପ୍ରେମ ପ୍ରୀତି ଅମୁଲ୍ୟ ସମ୍ପତ୍ତି

          ହୃଦୟରେଛନ୍ତି ଧରି l 


       ସୂର୍ଯ୍ୟଦେବତାଙ୍କୁ କରି କେନ୍ଦ୍ରବିନ୍ଦୁ

          ସର୍ବ ଗ୍ରହ ଆତଯାତ

       ପ୍ରେମ ଆକର୍ଷଣେ ଏସାରା ଦୁନିଆଁ

          ପ୍ରେମର ଉଡ଼ଇ ନେତ l 


             

 


Rate this content
Log in

Similar oriya poem from Abstract