STORYMIRROR

Lata Behera

Abstract

3  

Lata Behera

Abstract

ବର୍ଷାରାଣୀ

ବର୍ଷାରାଣୀ

1 min
192


ବର୍ଷା ରାଣୀ ତୁ ବର୍ଷା ରାଣୀ

ତୋ ପାଇଁ ହସୁଛି ଏଇ ଧରଣୀ

ସାରୁ ବୁଦା ମୂଳେ ବେଙ୍ଗ ବେଙ୍ଗୁଲୀ

  ମହୀରେ ଉଛୁଳେ ବରଷା ପାଣି ।

ବର୍ଷା ରାଣୀ ତୁ ବର୍ଷା ରାଣୀ ।


ଉତ୍ତପ୍ତ ପୃଥିବୀ ଶୀତଳ କରୁ

ସବୁଜ ଶ୍ୟାମଳେ ହସଇ ତରୁ ।

ଆକାଶରେ ମେଘ ମାଳକୁ ମାଳ

ବରଷା ପାଣିରେ ଭାସଇ ତାଳ ।

କଳାମେଘ ଦେଖି ମୟୂର ନାଚଇ

    ଆକାଶୁ ଝରଇ ବରଷା ପାଣି ।

ବର୍ଷା ରାଣୀ ତୁ ବର୍ଷା ରାଣୀ ।


ପହିଲି ଆଷାଢୀ ମୌସୁମୀ ଛୁଆଁ 

ମନରେ ଶ୍ରାବଣୀ ଲଗାଏ ନିଆଁ ।

ଝିପି ଝିପି ବର୍ଷା ଦେହ ଭିଜାଏ

ଶୀତଳ ସମୀର ତନୁକୁ ଛୁଏଁ  ।

ସରସୀର ଜଳେ ପଦୁଅଁ ପତରେ

  ଢଳ ଢଳ ଦିଶେ ବରଷା ପାଣି ।

ବର୍ଷା ରାଣୀ ତୁ ବର୍ଷା ରାଣୀ ।


ମେଘ ସବାରୀରେ ତୁ ଆସି ଯାଉ

ତୁ ଆସିଲେ ଆସେ ସାଧବ ବୋହୁ ।

ତାଳ ବରଡାରେ ବାଇ ଚଢେଇ

ବରଷା ବତାସେ ଝୁଲୁ ସେ ଥାଇ ।

କଳା ମେଘେ ଉଡେ ବଗ ବଗୁଲୀ

  ଆଖିର ପଲକ ନେଉଛି ଟାଣି ।

ବର୍ଷା ରାଣୀ ତୁ ବର୍ଷା ରାଣୀ ।


ତୁ ଆସିଲେ ହସେ ସବୁଜ କ୍ଷେତ 

ତୁ ସବୁ ଜୀବନ ପରାଣ ମିତ ।

ଘନ ଅନ୍ଧକାରେ ମାରେ ବିଜୁଳି

ତୋ ପାଇଁ ତଟିନୀ ପଡେ ଉଛୁଳି ।

ରଙ୍ଗ ବେରଙ୍ଗର ସୌନ୍ଦର୍ଯ୍ଯରେ ଭରା

 ଶୋଭା ପାଉଥାଏ ପ୍ରକୃତି ରାଣୀ ।

ବର୍ଷା ରାଣୀ ତୁ ବର୍ଷା ରାଣୀ ।


ଚାରି ମାସ ତୁହି କରୁ ରାଜୁତି

ତୋ ପାଇଁ ବଦଳେ ଏଇ ପ୍ରକୃତି ।

ତୁ ଆସିଲେ ଛତୁ ବହୁତ ଫୁଟେ

ଜଳର ଅଭାବ ମନରୁ ତୁଟେ ।

ସ୍ରୋତସ୍ବନୀ ଦେହେ ଉଠେ ଉର୍ମିମାଳା

  ନାଚି ନାଚି ଯାଏ ସେ ତରଙ୍ଗିଣୀ ।

ବର୍ଷା ରାଣୀ ତୁ ବର୍ଷା ରାଣୀ ।


ତୋ ପରଶେ ମାଟି ଉଠେ ମହକି

ତେ ପ୍ରେମେ ବିଭୋର ହୁଅଇ କବି

ପ୍ରେମ ପୂଜାରିଣୀ ତୁ ବର୍ଷା ରାଣୀ

ସବୁ ହୃଦୟକୁ ଯାଇଛୁ ଜିଣି 

ଇନ୍ଦ୍ରଧନୁ ସପ୍ତ ରଙ୍ଗରେ ରଙ୍ଗୋଲୀ

    ଟପ୍ ଟପ୍ ଝରେ ଚାଳରୁ ପାଣି ।

ବର୍ଷା ରାଣୀ ତୁ ବର୍ଷା ରାଣୀ ।



Rate this content
Log in

Similar oriya poem from Abstract