STORYMIRROR

Lata Behera

Abstract

3  

Lata Behera

Abstract

🥦🌹 *କାଳିଆ ସୁନା*🌹🥦

🥦🌹 *କାଳିଆ ସୁନା*🌹🥦

1 min
193


କାଳିଆ ସୁନା ମୋ କଳା ଠାକୁର

ମୋ ପାଖରୁ କେବେ ହେବୁନି ଦୂର

ତୋ ପାଇଁ ଆଜି ଦେଖିଛି ସପନ

ହସୁ ଅଛି ଆଜି ଏଇ ମୋ ଜୀବନ

 କରିବୁନି କେବେ ମୋତେ ତୁ ପର 

କାଳିଆ ସୁନା ମୋ କଳା ଠାକୁର ।


ଏତେ ବଡ ଏଇ ଦୁନିଆରେ ମୋର

    ତୋର ବିନା ନାହିଁ କେହି

ତୁ ଯଦି ମୋର ହାତ ଛାଡି ଦେବୁ

    କାହାର ହେବିରେ ମୁହିଁ ।

ତୋ ପାଇଁ ଚାଲୁଛି ଦୁନିଆରେ ବାଟ

ରଖିଛୁ ତୁ ସବୁ ମୋ ଅଳି ଅଝଟ

   ପୋଛି ଦେଇ ଆଖି ଲୁହର ଧାର

କାଳିଆ ସୁନା ମୋ କଳା ଠାକୁର ।


ଚଲାପଥ ମୋର କଣ୍ଟା ବଦଳରେ 

    ବିଛେଇ ଦେଇଛୁ ଫୁଲ

ସେ ଫୁଲ ଭିତରେ ଜାଣି ପାରିଲିନି 

   ଥିଲା ବୋଲି ନିଆଁ ଝୁଲ ।

ସେ ନିଆଁରେ ପାଦ ଫୋଟକା ହେଇଛି

ତଥାପି ତୋ ପରେ ଭରସା ମୋ ଅଛି

  ଛାଇ ହେଇ ପାଖେ ଥିବୁ ତୁ ମୋର

କାଳିଆ ସୁନା ମୋ କଳା ଠାକୁର ।


ତୋ ପାଇଁ ବଞ୍ଚିଛି ତୋ ପାଇଁ ହସୁଛି

    ତୋ ପାଇଁ ବିତେ ମୋ ଦିନ

ମୋ ଭାଗ୍ୟ ଆକାଶେ ଅମା ଅନ୍ଧକାରେ

    ସାଜିଛୁ ପୂନେଇଁ ଜହ୍ନ ।

ତୁ ଅଛୁ ବୋଲି ମୁଁ ରେ ରହିଛି

ତୋତେ ଆଶ୍ରା କରି ମୁଁ ରେ ବଞ୍ଚଛି

  ସାଥୀ ତୁ ମୋର ଯୁଗ ଯୁଗର ।

କାଳିଆ ସୁନା ମୋ କଳା ଠାକୁର ।


ତୁ ସାଥେ ଥିଲେ କିଛି ନାହିଁ ଡର

   ତୁ ମୋ ଜୀବ ଜୀବନ

ଚାଲୁଛି ଚାଲିବି ଏଇ ଦୁନିଆରେ 

   ଆସୁରେ ଝଡ ତୋଫାନ ।

ତୁ ମୋ ଭରସା ତୁ ମୋର ସାହା

ହାତ ଧରି ମୋର କଢେଉଛୁ ରାହା

  ଆଶ୍ରୟ ନେଇଛି ତୋର ପୟର ।

କାଳିଆ ସୁନା ମୋ କଳା ଠାକୁର ।


ଯାହା ତୁ କରିବୁ ସବୁ ତୋର ଇଚ୍ଛା 

    ମୋର ବୋଲି କିଛି ନାହିଁ 

ତୋର ଈଶାରାରେ ଚାଲୁଛି ଚାଲିବି

   ମଥା ପାତି ଦେଇ ମୁହିଁ ।

ଯୁଆଡେ ଚାହିଁବୁ ସିଆଡେ ତୁ ନେବୁ

ହେଲେ ସାଥେ ମୋର ତୁ ରହିଥିବୁ

ଏତିକି ମାଗୁଣୀ ତୋ ପାଦେ ମୋର ।

କାଳିଆ ସୁନା ମୋ କଳା ଠାକୁର ।   

     


Rate this content
Log in

Similar oriya poem from Abstract