ଛତା
ଛତା
ଛତା ଛାତ ହୁଏ ଖରାରେ ଓ ଶ୍ରାବଣ ମାସ ସାରା
ଆକାଶ ଛାତିରୁ ଯେବେ ମେଘ କାନ୍ଦେ
ଆକାଶ ଉଆସୁ ଯେବେ ବର୍ଷା ଗରଜେ
ଛତା ଜି ଯିବାକୁ ଦିଏ ଅଂଶୁଘାତ ଓ ରୌଦ୍ରରୁ
ଛତା ଉପରେ କିରଣ ସବୁ ସୂର୍ଯ୍ୟଙ୍କର ଲାଲ ଦିଶେ
ପଥିକର ଛତା ଥିଲେ ସେ ହସେ
ନଚେତ ଗଛ ତଳ ଛତାରେ ଘଡିଏ ବସେ
ଠିକ ଆଶାଢ଼ ଓ ଶ୍ରାବଣ ପରି
ଛତା ଖୁବ ଦରକାରୀ
ଟିପ ଟିପ ଟୁପୁରୁ ଟୁପୁରୁ ମେଘ ଟିପା
ଛତା ଉପରେ ଆଙ୍କନ୍ତି ଆଷାଢ଼ୀ ଶ୍ରାବଣୀ ଟୋପା
ଛତାର ଉଚ୍ଚତା ବଢେ ତା ବାଗ୍ମୀତା
ପଥିକର ରକ୍ଷାକଵାଚ ହର୍ତ୍ତା କର୍ତ୍ତା ଦୈବ ବିଧାତା
ଛତା ଖଣ୍ଡେ କପଡାରେ ଗୁଡା ତାରର ଅସ୍ମିତା
ବେଣ୍ଟ ଅନେକ ଚିତ୍ର ଚିତ୍ରଗୀତି ଗାଥା
ଯେତେ ବଦଳୁ ଜ୍ଞାନ କୌଶଳ ବୁଦ୍ଧିମତ୍ତା
ଛତା ଅଛିତ ଛାତ ଅଛି କାହିଁ ମୁଣ୍ଡବ୍ୟଥା
ଆଷାଢ଼ ଶ୍ରାବଣରେ ଛତା ବ୍ରାହ୍ମଣ ପଇତା
ଜଉତିଷ ଭିଡି ଧରେ ଛତା
କାଳେ ଓଦା ହେବ ପୋଥିପତ୍ର ଖାତା
ଗୁରୁ କହନ୍ତି ଚେଲାକୁ
ପକା କମ୍ବଳ ତୁ ପୋତ ଛତା
ଆଉ ସବୁ କଥା ବାଆକୁ ବତା ଜାଣିଥା ।
