STORYMIRROR

Niranjan Mishra

Abstract

3  

Niranjan Mishra

Abstract

ଦୁନିଆଁ

ଦୁନିଆଁ

1 min
150


ଦୁଇ ନିଆଁ ମଧ୍ଯେ ଦୁନିଆଁ

ଆମ ରହିଛି ପରା ।

ଏନ୍ତୁଡ଼ି ନିଆଁରେ ଆରମ୍ଭ

ଯୂଇ ଶେଷ ଆଶରା ।


ଏନ୍ତୁଡି ନିଆଁର ଉଷ୍ମତା

ଭରି ଦିଏ ଜୀବନ ।

ଦେହକୁ ଦିଅଇ ତାକତ

ସର୍ବେ ହରଷ ମନ ।


ଦୁନିଆଁରେ କାଟେ ଜୀବନ

ପ୍ରାଣୀ ପର ଆୟତ୍ତେ ।

ନିଜ ଆୟତ୍ତରେ ନଥାଏ

ଦୁଃଖପୂର୍ଣ୍ଣ ଜଗତେ ।


ମିଛ ମାୟାର ଏ ସଂସାର

କେହି ନୁହେଁ କାହାର ।

ପ୍ରାରବ୍ଧ ବଶରେ ପ୍ରାଣୀଏ

ଆତଯାତ ଏଥିର ।


ପାପ ପୁଣ୍ୟ ମୋଟେ କାହାକୁ

ବିଭୁ ଦିଅନ୍ତି ନାହିଁ ।

ଦୁନିଆଁରେ ପ୍ରାଣୀ ସ୍ୱକର୍ମ

ଫଳ ଭୁଞ୍ଜଇ ରହି ।


ଜୀବନ ନାଟକ ସରିଲେ

ଯବନିକା ପଡଇ ।

ଛଅ ଖଣ୍ଡ କାଠ ମଣିଷ

ପାଇଁ ସଜ ହୁଅଇ ।


ଯୂଇ ନିଆଁରେ ଲଦା ହୋଇ

ହୁଏ ଅନ୍ତ୍ୟେଷ୍ଟି ତାର ।

ମଲା ଗଲା ଏ ଦୁନିଆରୁ

ବୋଲି ହୁଏ ପ୍ରଚାର ।


ନିଶ୍ବାସକୁ ନାହିଁ ବିଶ୍ବାସ

କେବେ ଯିବ ବାହାରି ।

ବାଳୁତ କୈଶୋର ଯୁବକ

ବୃଦ୍ଧ ତା ନବିଚାରି ।


କୀର୍ତ୍ତି ଥାଏ ଯାର କେବଳ

ସେହି ରହେ ଅମର ।

ଦୁନିଆର ଖେଳ ସରିବ

ଦିନେ ଦେହ ନଶ୍ବର ।


ସାର୍ଥକ ଜୀବନ ଗଢିବା

ଏନ୍ତୁଡି ଯୂଇ ମଧ୍ଯେ ।

ଧର୍ମାର୍ଥ ମୋକ୍ଷ ପଦ ଲଭି

ଥିବା ପରମାରାଧ୍ୟେ ।



Rate this content
Log in

Similar oriya poem from Abstract