ଅତିରୁ ଇତି ( ଲଘୁ କବିତା -୨)
ଅତିରୁ ଇତି ( ଲଘୁ କବିତା -୨)
ଅତି ଲୋଭ କରି ସୁନା ହରିଣୀ
ପ୍ରମାଦ ନେଲେ ସୀତା ଠାକୁରାଣୀ
ଅତି ସୁନ୍ଦରୀକୁ ରାବଣ ନେଲା
ଲଙ୍କା ପୁର ତା ସ୍ମଶାନ ହୋଇଲା l
ଅତି ପାଦୁର୍ଭାବ କଂସ ହୋଇଲା
କୃଷ୍ଣ ବଳରାମେ ନିଧନ ଗଲା
ଅତି ଦଣ୍ଡ ଦେଲା ଭକ୍ତ ପ୍ରହଲ୍ଲାଦ
ହିରଣ୍ୟ କଶ୍ୟପ ହୋଇଲା ବଧ l
ଅତି ଦାନ ଦେଖି ବାବନ ଗଲେ
ବଳୀଙ୍କୁ ପାଦେ ପାତାଳ ନେଲେ
ଅତି ମାନ କରି କୌରଭ ମଲେ
ଶକୁନି ମାୟା ନା କିଏ ଜାଣିଲେ l
ଅତି ଦାନ କରି ଦାଣ୍ଡେ ଭିକାରୀ
ହରିଶ୍ଚନ୍ଦ୍ର ରାଜା କେତେଯେ ସରି
ଅତି ଛୋଟ କଥା ଯିଏ ଧରିଲା
ଜୀବନେ ପ୍ରମାଦ ସେ ଗଣିଲା l
ଅତି ଗେଲ୍ହା କରି ପୁଅ ଝିଅଙ୍କୁ
ପିତାମାତାଙ୍କର ମୁଣ୍ଡ ତଳକୁ
ଅତି ଅଳସୁଆ ହୋଇଲେ ଜାଣ
ଦୁଃଖରେ କଟଇ ତାର ଜୀବନ l
ଅତି ଲୋଭ କଲେ ଦୁଃଖ ଅଶେଷ
ଅଶାନ୍ତିରେ ହୁଏ ଜୀବନ ଶେଷ
ଅତି ଲେମ୍ବୁ ଚିପୁଡ଼ିଲେ ପିତା
ତିକ୍ତତା ଆସିଲେ ବଢିବ ଚିନ୍ତା l
ଅତି ପରିଚୟେ ଭୋଗିବ କଷ୍ଟ
ହୋଇଯିବ ତୁମ ଗୌରବ ନଷ୍ଟ
ସବୁ ଅତି ହୋଇ ହେଉଛି ଇତି
କାହା ମନେ କେବେ ନାହିଁ ସେ ଭୀତି l
