STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ଟ୍ରେନ ର ଝରକା"

"ଟ୍ରେନ ର ଝରକା"

1 min
2

  


 ଏତେ ବଡ ଦୁନିଆକୁ

     ଦର୍ଶନ କରାଉଥିଲା

     ମୋତେ ଏକା ଏକା

     ମୋ'ର ସେହି ଟ୍ରେନ ଯାତ୍ରାର

     ମୁକ ସାକ୍ଷୀ ଟ୍ରେନର ଝରକା।

     

    ସତେ କି ସେ ଥିଲା

   ମନ ମନ୍ଦିର ର ହୃଦ କନ୍ଦରର

  ଚିର ସହଯାତ୍ରୀ ମୋ ହୃଦୟ ନାୟିକା 

  ସତେ କି ସେ ଥିଲା ମୋ ପ୍ରେମିକା

   ଏ ସୁନ୍ଦର ଧରାକୁ ପ୍ରତି ମୁହୂର୍ତ୍ତରେ

     ଅବା ସେ ସତେ ହାତ ଠାରି

    ଦେଖାଉଥିଲା ବନ,ଉପବନ

    ପାହାଡ, ଝରଣା ର ସୌନ୍ଦର୍ଯ୍ୟ କୁ 

     ମୋତେ ଏକା ଏକା

     ମୋ'ର ସେହି ଟ୍ରେନ ଯାତ୍ରାର 

     ମୁକ ସାକ୍ଷୀ ଟ୍ରେନ୍ ଝରକା।

  

   ଟ୍ରେନର ଝରକା ନ ଥିଲା 

    ସେ ତ ମୋ ପାଇଁ କେବଳ

    ସେ ମୋ ପାଇଁ

      ମୋ ଜୀବନ ପାଇଁ

    ଆଣୁଥିଲା କେତେ ଅନୁଭୂତି

     ଆଣୁଥିଲା କେତେ ଅଭିଜ୍ଞତା

     ଜଞ୍ଜାଳମୟ ଜୀବନ ଭିତରେ

    କରୁଥିଲା ହାଲୁକା ମୋ ହୃଦୟର ବ୍ୟଥା

    ଶୀତଳ ବାଆ ସାଙ୍ଗକୁ 

    ପ୍ରକୃତି ର ସୌନ୍ଦର୍ଯ୍ୟ ଦର୍ଶନ କରାଉଥିଲା

     ମୋତେ ସେ ଏକା ଏକା

     ମୋ'ର ସେହି ଟ୍ରେନ ଯାତ୍ରା ର

    ମୁକ ସାକ୍ଷୀ ଟ୍ରେନ୍ ଝରକା।


   ସେ ମୋ ଆଶା ସେ ମୋ ଆକାଙ୍କ୍ଷା

   ଦୂର କରିଛି ମୋ ଜୀବନ ର ଲେଖା

   ଚିର ବନ୍ଦିତା ସେ ଚିର ସ୍ମରଣୀୟା

   ସେ ମୋ ଜୀବନ ଦର୍ଶନ ର ମହା ଦୀକ୍ଷା

   ଜୀବନ ଯାତ୍ରା ର ଚିର ଆକାଙ୍କ୍ଷିତା

   ମୋ ସ୍ମୃତି ଅନୁଭୂତି ର 

   ମୋ'ର ସେହି ଟ୍ରେନ ଯାତ୍ରାର

   ମୁକ ସାକ୍ଷୀ ଟ୍ରେନ୍ ଝରକା ।


     

   

    

     

      

    



     


    


   


Rate this content
Log in

Similar oriya poem from Abstract