ଇତି ତୁମେ !
ଇତି ତୁମେ !
ମୋ ମନ ମରୁଭୂମିରେ
ଅଦିନିଆ ବର୍ଷା ତୁମେ।
ଉତ୍ତପ୍ତ ପ୍ରାଣର
ଶୀତଳ କିରଣ ତୁମେ ।
ଭିଜିବାକୁ ଚାହେଁ
ତୁମ ପ୍ରେମ ବର୍ଷାରେ ।
ସ୍ମୃତିର ବାକ୍ସରେ
ରଙ୍ଗୀନ ଚିତ୍ରପଟ୍ଟରେ ତୁମେ।
ଦିଗହରା ପଥିକ ମୁଁ
ତୁମେ ମୋ ଦିଗ୍ ଦର୍ଶକ।
ପୁରୁଣା ସ୍ମୃତି ସାଗରେ
ବୁଡ଼ିବାକୁ ଚାହେଁ ମୁଁ ।
ନିର୍ଜନ ବାସ୍ତବତା ଭିତରେ
ମଧୁର ପ୍ରଣୟ ସ୍ମୃତି ତୁମେ
ଖାଲି ତୁମେ ହିଁ ତୁମେ ।
