Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanghamitra Nayak

Abstract

4.5  

Sanghamitra Nayak

Abstract

ନିଜକୁ ପ୍ରଶ୍ନ - ଦୁଃଖ କ'ଣ ?

ନିଜକୁ ପ୍ରଶ୍ନ - ଦୁଃଖ କ'ଣ ?

1 min
351


ନିଜକୁ ପ୍ରଶ୍ନ କରେ ଯେବେ ଦୁଃଖ କ'ଣ ? 

ଅନ୍ତରାତ୍ମାରୁ ପ୍ରତିଉତ୍ତରରେ ଧ୍ୱନି ଶୁଭେ

ଯାଅ ଥରେ ପଚାରି ବୁଝ ବାଲ୍ୟ ବିଧବାକୁ 

ସ୍ଵାମୀ ବିନା ତା' ଜୀବନ କ 'ଣ ?

ଯାଅ ଥରେ ପଚାରି ବୁଝ 

ନିଃସନ୍ତାନ ମାଆର ମମତାମୟ ଦୃଦୟର କୋହ ।

ଥରେ ଦେଖି ଆସ 

ରାସ୍ତା କଡରେ ଶୋଇଥିବା

ନିଃଷ୍ପାପ କୋମଳ ଶିଶୁର ମୁଁହକୁ ।

ଥରେ ବୁଲି ଆସ ବସ୍ତିର କୁଡିଆରୁ 

ଦେଖି ଆସ ସେମାନଙ୍କ ଦୁର୍ଦ୍ଦିନ ଯନ୍ତ୍ରଣାର ଦିନକୁ।

ଅତୀତର ଗର୍ଭକୁ ଚାଲି ଯାଅ

ପାଇବ ସେଠି ରାଧା କୃଷ୍ଣ , ରାମ ସୀତା 

ଦେଖିନବ ସେଠି ପ୍ରେମର ବିରହର ଖେଳ ।

ଯଦି ତମେ ପୁଣି ପ୍ରଶ୍ନ କର 

ଦୁଃଖ କ'ଣ ?

ତେବେ ଚାଲି ଯାଅ ଦେଶର ସୀମାନ୍ତ

ପାଇବ ସହ ସହ ଧରାଶାୟୀ ବୀର ସନ୍ତାନକୁ 

ଚିରନିଦ୍ରାରେ ଶୋଇଥିବେ ଧରଣୀ କୋଳରେ ।

ମନେ ପକାଅ ପିଲାଦିନର ସ୍ମୃତି ଫର୍ଦ୍ଦକୁ

ହଜେଇ ଦେଇଥିବା ପୁରୁଣା ସ୍ମୃତିର କାଳକୁ ।

ଅନ୍ତରାତ୍ମାରୁ ପ୍ରତିଉତ୍ତର ଧ୍ୱନିରୁ ପାଇଯାଏ 

ନିଜ କୁ ପ୍ରଶ୍ନ ' ଦୁଃଖ କ'ଣ 'ର ଉତ୍ତର ।



Rate this content
Log in

Similar oriya poem from Abstract