ମୋ ପ୍ରିୟ ଭାରତ ଭୂମି
ମୋ ପ୍ରିୟ ଭାରତ ଭୂମି
ସାରା ବିଶ୍ୱେ ଶ୍ରେଷ୍ଠ ମୋ ଭାରତ ମାତା
ଚିର ବନ୍ଦନୀୟ ଏମାଟି, ସର୍ବତ୍ର ସେ ପୂଜିତା ।
ଯାହାର ଜ୍ଞାନଗରିମା ଘୋଷେ ଏସାର ସଂସାର
କୀରତି ବିନା ଉଡ଼ଇ ଯା ର ହୋଇଣ ଫରଫର ।
ମନ୍ତ୍ର ଏକତାର ବଳେ କାଶ୍ମୀରରୁ କନ୍ୟାକୁମାରୀ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷ
ସଭିଁଏ ପାଳନ୍ତି ମହାଆଡ଼ମ୍ବରରେ ପବିତ୍ର ସ୍ୱାଧୀନତା ଦିବସ ।
ଏ ସ୍ଵାଧୀନତା ଦିବସେ ଜାତୀୟ ସଙ୍ଗୀତ ତଳେ
ନାଚି ଉଠେ ମନ ସ୍ପନ୍ଦନେ ଭରି ଦିଏ ଅମାପ ବଳ ।
ସ୍ୱାଧୀନ ଭାରତ ର ସନ୍ତନ ଆମେ ଜୀବନ ଦେଇ ରଖିବା ତାର ମାନ
ତା ସେବା ଲାଗି ହସି ହସି କରିବା ଜୀବନ ପ୍ରଦାନ
ଯଶ, କୀର୍ତ୍ତି ,କଳା ଓ ଭାସ୍କର୍ଯ୍ୟରେ ଭରା ମୋଦେଶ
ଏକତା, ଅଖଣ୍ଡତା ଓ ବିବିଧତାର ଭରା ସୁନାର ଚଢ଼େଇ
ସତ୍ୟ ଶିବ ସୁନ୍ଦରେ ପୂର୍ଣ୍ଣା ସେ ମୋ ପ୍ରିୟ ଦେଶ ।
ବିଶ୍ଵମୈତ୍ରୀ ଶାନ୍ତି ପାଇଁ ବାର୍ତ୍ତା ଏକତାର
ଯା ର ଜନତା ଶୁଣାଏଁ ଏଠି ଶାନ୍ତି ର ଓଁକାର।
ସେହି ଦେଶରେ ଆମେରେ ଶିଶୁ ଭେଦଭାବକୁଭୁଲି
ସମତା ପଥେ ଆଗେଇ ଯିବୁ ପ୍ରେମ ର ଦ୍ଵାର ଖୋଲି
ଦେଶ ର ପ୍ରଗତି ପଥେ ଆମେ ହେବା ସାରଥୀ
ରଚିଯିବା ଯେତେ ସବୁ ନୂଆ ନୂଆ କିରତି ।
ଆମ ଏଦେଶ ହେବ ମରତେ ଚିର ବନ୍ଦନୀୟ
ସବୁରି ମୁଖେ ଘୋଷିତ ହେଉ ଜୟ ଭାରତ ଜୟ ।
