STORYMIRROR

Anuja Behera

Abstract Inspirational Others

3  

Anuja Behera

Abstract Inspirational Others

ଜୟ ଜଗନ୍ନାଥ ଭାଗ - ୩

ଜୟ ଜଗନ୍ନାଥ ଭାଗ - ୩

1 min
158


ଜଗନ୍ନାଥ ଙ୍କୁ ଦରଖାସ୍ତ....


ଆହେ ମାନ୍ୟବର ଜଗତ ଈଶ୍ୱର

ଜଗନ୍ନାଥ ନାମେ ବାସୁ

ନୀଳାଦ୍ରି ବାସିନି ପତିତପାବନି

ମୋହଦୟ ସମିପେଷୁ 


ବିଷୟ ବର୍ଣ୍ଣିଲି ଭବ ଦୁନିଆରୁ 

ଦୁଃଖ ଦୁରିକର ପାଇଁ 

ଘେନ ମହାଶୟ ଆହେ ଦୟାମୟ

ପ୍ରଣାମ ଜଗତ ସାଇଁ


ଦୁଃଖ ସୁଖ ମିଶା ଏ ଜୀବ ସ୍ରୋତଟି

ଜୀବନ ଜମୁନା ନଇ

ଦୁଃଖ ଦରିଆରେ ତୋ ସୁଖ ଆସରା

ଏ ଜୀବ ଟାଙ୍ଗରା ଭୂଇଁ


ଲେଖି ଜଣାଇବା କାରଣ ଏହି ଯେ

ତୋ କୃପା ବରଷୁ ଥାଉ

ଜୀବନ ଜଞ୍ଜାଳ ସଂସାର ଭିତରୁ

ଦୁଃଖ ସବୁ ଶେଷ ହେଉ


ଇତି କଲି ଚିତ ଆପଣା ବିଶ୍ବସ୍ତ

ମୁଁ ତୁମ ଅଧମ ଭକ୍ତ

ହେ ବିଶ୍ବ ବିହାରୀ ତୁ ଯେ ଦଇତାରୀ

ଦୁଃଖ କର ଭବୁ ମୁକ୍ତ ।



Rate this content
Log in

Similar oriya poem from Abstract