STORYMIRROR

Binata Mohanta

Abstract

3  

Binata Mohanta

Abstract

ସ୍ରୋତସ୍ଵିନୀ

ସ୍ରୋତସ୍ଵିନୀ

1 min
144

ଶ୍ରାବଣ ଭାଦ୍ରବେ ପ୍ରବେଶିଲୁ ଧିରେ

     ଧରାକୁ ଯୋଗିଇ ଦେଲୁ ନୀର 

 ଶୁଖିଲା ନଦୀକୁ କଲୁ ଜଳାର୍ଣ୍ଣବ

     ବୁହାଇଲୁ ବାରି ଧାର ଧାର ।


ମୁଶଳାଧାରରେ ଅନବରତ ବରଷି 

     ଦେଖାଇଲୁ ରୂପ ଭୟଙ୍କାରୀ

କୂଳ ଲଘିଂଯାଇ ସବୁ ବୁଡାଇ ଦେଲୁ

    ସାଜିଲୁ ବାତ୍ୟା ପ୍ରଳୟଙ୍କାରୀ।


ଲମ୍ଫ ମାରି ସବୁ ସାଉଁଟି ନେଲୁ

     ଅରଣ୍ୟ, ବସତି,ପ୍ରାଣୀ ଜନ

ମୁହୁର୍ତ୍ତକ ମଧ୍ୟେ ସବୁ ତୋ ଗର୍ଭରେ

     ଦେଖୁ ଦେଖୁ ହୋଇଲା ବିଲୀନ ।

 

ପ୍ରଳୟ ଧରଇ ରୂପ ଗମ୍ଭୀର 

     ଯେବେ ବରଷେ ବହୁଳ ବାରି

ତା'ର ଗୁରୁ ଗର୍ଜନ ଶଦ୍ଦ ଶୁଣିଲେ

     ଡରି ଛାତି ଉଠି ଥାଏ ଥରି ।


ପ୍ରଚଣ୍ଡ ଉତ୍ତାପେ ଯେବେ ଶୁଖିଲା ଧରା

     ଚିନ୍ତାରେ ପଡିଲେ ସବୁ ପ୍ରାଣୀ 

ବନ୍ୟା ଆସିଲେ ନଦୀବଢି ହୋଇ 

     ବିପୁଳ ଧନ ଜୀବନ ହୁଏ ହାନୀ ।


କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ

     ଜଳ ବହୁଳେ ସୃଷ୍ଟି ନାଶ

ଏହା ଅଟଇ ମହା ସତ୍ୟ ଜାଣ

     ଜଳ ହିଁ ଜୀବନ ଧାରଣର ଆଶ।


      



Rate this content
Log in

Similar oriya poem from Abstract